ରାଜଧାନୀରେ ପୁଣି ସକ୍ରିୟ ହେଲେ ଲୁଟେରା, ପୋଲିସ୍‌କୁ ଦେଲେ ଚ୍ୟାଲେଞ୍ଜ

ଭୁବନେଶ୍ୱର: ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳରେ ପୁଣି ଆତଙ୍କ ଖେଳାଇଲେ ଲୁଟେରା । ମୋବାଇଲ୍‌ ଦୋକାନର ଆଜବେଷ୍ଟସ ଭାଙ୍ଗି ଲୁଟିନେଲେ ୩୫ରୁ ଉର୍ଦ୍ଧ୍ୱ ମୋବାଇଲ । ଲୁଟ୍‌ ସାମଗ୍ରୀର ଆନୁମାନିକ ମୂଲ୍ୟ ୯ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଘଟଣାସ୍ଥଳରେ ପିସିଆର୍‌ ଏବଂ ସ୍ଥାନୀୟ ପୋଲିସ ପଇଁତରା ମାରୁଥିବା ବେଳେ ଅଭିଯୋଗ ଆଧାରରେ ପୋଲିସ ଆଖପାଖ ଅଞ୍ଚଳରେ ଥିବା ସିସିଟିଭି ଯାଞ୍ଚ କରି ତଦନ୍ତ ଆରମ୍ଭ କରିଛି ।
ଗତ କିଛି ମାସ ତଳେ ଡମଣା ଛକରେ ଥିବା ଏକ ମୋବାଇଲ୍‌ ଦୋକାନରୁ ସମାନ ଢଙ୍ଗରେ ଲକ୍ଷାଧିକ ଟଙ୍କାର ମୋବାଇଲ୍‌ ଲୁଟ୍‌ ହୋଇଥିବା ବେଳେ ପୁଣି ଥରେ ସେହି ଅଞ୍ଚଳରେ ଲୁଟେରାମାନେ ଲୁଟ୍‌ କରିଛନ୍ତି । ଯାହାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର୍‌ ଧରିଛି । ତେବେ ପୋଲିସ୍‌ ପାଇଁ ଏହା ଏକ ଚ୍ୟାଲେଞ୍ଜ ହୋଇଥିବା ବେଳେ ପୋଲିସ୍‌ ଲୁଟେରାଙ୍କୁ ଧରିବାରେ ସକ୍ଷମ ହେବ ତ, ତାକୁ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Comments (0)
Add Comment