ଆନ୍ତର୍ଜାତୀୟ ବେଳାଭୂମି ସଫେଇ ଦିବସ ପାଳିତ

ପୁରୀ : ପୁରୀ ସମୁଦ୍ର ବେଳାଭୂମି କୁ ସାମୁହିକ ସଫେଇ କରାଯାଇ ଆନ୍ତର୍ଜାତୀୟ ବେଳାଭୂମି ଦିବସ ପାଳନ କରାଯାଇଛି । ଜିଲ୍ଲା ପ୍ରଶାସନ, ୬ ବାଟାଲିୟନ, ପୁରୀ ପୌରପାଳିକା,ଏନସିସି କ୍ୟାଡେଟ, ବ୍ୟବସାୟୀ, ହୋଟେଲ ସଂଘର କର୍ମକମର୍ତ୍ତା, ସ୍ୱେଚ୍ଛାସେବୀ ଓ ଜନସାଧାରଣଙ୍କ ମିଳିତ ସହଯୋଗରେ ଏହି ସଫେଇ କରାଯାଇଥିଲା । ପୂର୍ବାହ୍ନ ୬ ଘଟିକାରୁ ପେଣ୍ଠ କଟାଠାରୁ ଲାଇଟ ହାଉସ ପର୍ଯ୍ୟନ୍ତ ଅଂଚଳକୁ ସଫା କରାଯାଇଥିଲା । ପରେ ବ୍ଲୁ ଫ୍ଲାଗବିଚ ଠାରେ ସଚେତନତା କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସମର୍ଥ ବର୍ମା ସ୍ୱଚ୍ଛତା ସମସ୍ତଙ୍କ ପାଇଁ ଜରୁରୀ ବୋଲି କହିବା ସହ ବ୍ୟକ୍ତିଗତ ଓ ଅନୁଷ୍ଠାନଗତ ଜୀବନରେ ପ୍ରତ୍ୟେକ ସ୍ୱଚ୍ଛତା ପ୍ରତି ଉତ୍ତରଦାୟୀ ହୋଇ କାର୍ଯ୍ୟ କରିବାକୁ ଶପଥ ପାଠ କରାଇଥିଲେ ।

ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ଡି ଏଫ ଓ ରାମସାମୀ ପି, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ଦିଲ୍ଲୀପ କୁମାର ମହାପାତ୍ର, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ମହାପାତ୍ର, ଅତିରିକ୍ତ ଏସପି ମିହିର ପ୍ରସାଦ ପଣ୍ଡା, ଉପଜିଲ୍ଲାପାଳ ଭବତାରଣ ସାହୁ, ପୁରୀ ପୌରପାଳିକାର ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ, ୬ ବାଟା ଲିଆନର କମାଣ୍ଡର ପ୍ରସୁନ ପଣ୍ଡା, ମେଜର ରୋହତାଶ, ସୁବେଦାର ନରେଶ କୁମାର, ଡେପୁଟି କଲେକ୍ଟର ଜିତେନ୍ଦ୍ର କୁମାର ପାତ୍ର, ଅତିରିକ୍ତ ପୌର ନିର୍ବାହୀ ଅଧିକାରୀ ମନୋଜ କୁମାର ବେହେରା, ପର୍ଯ୍ୟଟନ ଅଧିକାରୀ ସରୋଜ କୁମାର ପ୍ରଧାନ, ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ ସାହୁ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ, କର୍ମଚାରୀ ପ୍ରମୁଖ ଯୋଗ ଦେଇଥିଲେ ।

Comments (0)
Add Comment