ଗୋଶାଣି ବ୍ଳକ ଅଧ୍ୟକ୍ଷ ହେଲେ ଏନ୍‌ ଭୀର ରାଜୁ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଶାଣି ବ୍ଳକରେ ବ୍ଳକ ଅଧ୍ୟକ୍ଷା ପାଇଁ ବି. ଧନଞ୍ଜୟଲୁ, ଜି.ଶ୍ରୀଧର ନାଇଡୁ, ଏନ.ଭୀରରାଜୁ ପାର୍ଥି ପତ୍ର ଦାଖଲ କରିଥିଲେ । ପରେ ଜି. ଶ୍ରୀଧର ନାଇଡୁ ନିଜର ପାର୍ଥି ପତ୍ର ପ୍ରତ୍ୟାହାର କରିଥିଲେ । ପରେ ଦୁଇ ଜଣ ପାର୍ଥି ବି. ଧନଞ୍ଜୟଲୁ ଓ ଏନ.ଭୀରରାଜୁଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହୋଇଥିଲା । ସେଥିରେ ବି. ଧନଞ୍ଜୟଲୁ ୮ ଗୋଟି ଭୋଟ ପାଇଥିବା ବେଳେ ଏନ. ଭୀରରାଜୁ ୧୩ ଗୋଟି ଭୋଟ ପାଇ ବିଜୟ ଲାଭ କରିଛନ୍ତି । ଏନ.ଭୀର ରାଜୁ ବିଜୟ ହେବାପରେ ବ୍ଳକ ପରିସର ମଧ୍ୟରେ ବିଜେଡିର ନେତା ଓ କର୍ମୀ ପୁଷ୍ପ ଗୁଚ୍ଛ ଓ ପୁଷ୍ପମାଲ୍ୟ ଦେଇ ତାଙ୍କୁ ସ୍ୱାଗତ କରିଥିଲେ । ବିଜୟ ଲାଭ କରିବା ପରେ ବ୍ଳକ ଅଧ୍ୟକ୍ଷ ଏନ. ଭୀରରାଜୁ ବିଜେଡିର କର୍ମୀ ନେତାମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । କର୍ମୀ ଓ ନେତାଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଏହି କାର୍ଯ୍ୟକ୍ରମ ରର ହାଇଟେକ ଗ୍ରୁପର ଅଧ୍ୟକ୍ଷ ଡକ୍ଟର ତିରୁପତି ପାଣିଗ୍ରାହୀ, ବରିଷ୍ଠ ବିଜେଡି ନେତା ବସନ୍ତ ଦାସ, ବିଜେଡି ଜିଲ୍ଲା ସଭାପତି ପ୍ରଦୀପ ନାୟକ, ଲକ୍ଷ୍ମୀ କାନ୍ତ ପରିଚ୍ଛା,ମାରୁତ ପାଳ, ଭାରତ ଭୂଷଣ ମହାନ୍ତି ପ୍ରମୁଖ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ ।

Comments (0)
Add Comment