ନାମ ନେଲେ ସରପଞ୍ଚ; ୱାର୍ଡ଼ମେମ୍ବର ହେଲେ ଥାନାର ଦ୍ୱାରସ୍ଥ

ଦଶପଲ୍ଲା : ଜଣେ ୱାର୍ଡ଼ ସଭ୍ୟ ନୋଟିସ ଖାତାରେ ଛକି ପକାଇ ଦେବାକୁ ନେଇ ଥାନାର ଦ୍ୱାରସ୍ଥ ହୋଇଥିବା ଗୌଡ଼ପୁଟର ସରପଞ୍ଚ ତ୍ରିନାଥ ନାୟକ ଏବେ ନିଜେ ଖୋଳିଥିବା ଖାଲରେ ପଡ଼ିଛନ୍ତି । ଜଣେ ୱାର୍ଡ଼ସଭ୍ୟଙ୍କ ନାଁରେ ଏତଲା ଦେବା ପରେ ୭ରୁ ଉର୍ଦ୍ଧ୍ୱ ୱାର୍ଡ଼ସଭ୍ୟ ପଞ୍ଚାୟତରେ ଚଲାଇଥିବା ମନମୁଖୀ କାର୍ଯ୍ୟକୁ ନେଇ ଓଡ଼ଗାଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ପଞ୍ଚାୟତରେ ଏକ ଦିନରେ ଦୁଇଟି ବୈଠକ ପାଇଁ ନୋଟିସ ବୁଲାଇବା, ଦୁଇଟି ବୈଠକ କରିବା ଆଳରେ ବିଲ କରିବା, ମନଇଚ୍ଛା ପୋଖରୀ ନିଲାମ ଦେବା, ପୁରୁଣା ଜିନିଷକୁ ନିଲାମ କରିବା ବଦଳରେ ନିଜ ସମ୍ପର୍କୀୟଙ୍କୁ ବିକ୍ରି କରିବା ଭଳି ସାଂଘାତିକ ଅଭିଯୋଗ ନେଇ ୱାର୍ଡ଼ ସଭ୍ୟମାନେ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଅଭିଯୋଗ ଆଧାରରେ ଓଡ଼ଗାଁ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି । ଅଭିଯୋଗକୁ ୱାର୍ଡସଭ୍ୟମାନେ ବିଡିଓ, ଜିଲ୍ଲାପାଳ, ବ୍ଲକ ଅଧ୍ୟକ୍ଷ ଏବଂ ନୟାଗଡ଼ ଏସପିଙ୍କ ପାଖକୁ ପଠାଇଥିବା ସୂଚନା ମିଳିଛି ।

Comments (0)
Add Comment