ଗଜପତି ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ହେଲେ କୁନ୍ତଳା ମଲିକ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାର ଆଜି ଜିଲ୍ଲା ପରିଷଦ ନିର୍ବାଚନରେ ଉପାଧ୍ୟକ୍ଷ ଭାବେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ମୋହନା ନିର୍ବଚନ ମଣ୍ଡଳୀ ଅଡବା ଯୋନ ୮ ର କୁନ୍ତଳା ମଲିକଙ୍କୁ ମନୋନୀତ କରାଯାଇଥିଲା । ସର୍ବ ସମ୍ମତି କ୍ରମେ ସେ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବା ନିର୍ବାଚନ ଅଧିକାରୀ ଘୋଷଣା କରି ପ୍ରମାଣ ପତ୍ର ଦେଇଛନ୍ତି । ଏହି ପ୍ରକ୍ରିୟାରେ ଆଜି ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ,ଜିଲ୍ଲା ସଭାପତି ପ୍ରଦୀପ ନାୟକ, ନିର୍ବାଚନ ମଙ୍ଗ ଧରିଥିବା ହାଇଟେକ୍‌ ଗ୍ରୁପ୍‌ ଚେୟାରମେନ୍‌ ଡ. ତିରୁପତି ପାଣିଗ୍ରାହୀ, ଜିଲ୍ଲାପରିଷଦ ଅଧ୍ୟକ୍ଷ ଜି. ତିରୁପତି ରାଓ ଯୁବ ସଭାପତି ଏସ ଲିଙ୍ଗରାଜ, ବରିଷ୍ଠ ନେତା ବସନ୍ତ ଦାସ, ଅନ୍ତର୍ଯ୍ୟାମୀ ଗୋମାଙ୍ଗ ସବୁ ଜିଲ୍ଲାପରିଷଦ ସଭ୍ୟ ଓ ସଭ୍ୟା, ରାଜ ଜେମା ସୁଶ୍ରୀ କଲ୍ୟାଣୀ ଦେବୀ ଯୋଗ ଦେଇଥିଲେ ।

Comments (0)
Add Comment