ଲାୟନ୍ସ କ୍ଲବ ନବରଙ୍ଗପୁର ତରଫରୁ ମାଗଣା ସ୍ୱାସ୍ଥ୍ୟ ଶିବିର

ନବରଙ୍ଗପୁର : ନବରଙ୍ଗପୁର ଲାୟନ୍ସ କ୍ଲବ ତରଫରୁ ସ୍ଥାନୀୟ ହିର୍ଲି ଡଙ୍ଗର ଅଙ୍ଗନବାଡି କେନ୍ଦ୍ର ଠାରେ ଏକ ମାଗଣା ମଧୁମେହ ଓ ରକ୍ତଚାପ ପରୀକ୍ଷା ଏବଂ ଔଷଧ ବିତରଣ ଶିବିର ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ଶିବିରରେ ୧୨୭ ଜଣ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଗରିବ ମହିଳା ଓ ପୁରୁଷଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଡାକ୍ତର କେ. ଧନଞ୍ଜୟ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସକାଳ ୧୦ଘଣ୍ଟା ଠାରୁ ସନ୍ଧ୍ୟା ୫ଘଣ୍ଟା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ପରୀକ୍ଷା ଓ ଔଷଧ ବିତରଣ କରାଯାଇଥିଲା । ୧୦୨ ଜଣ ରୋଗୀ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କୁ ଏକ ମାସ ପାଇଁ ମାଗଣାରେ ଔଷଧ ଦେଇ ସେବନ କରିବା ବିଧି ବୁଝାଇ କହିଥିଲେ । ଏହି ଶିବିରକୁ ଲାୟନ୍ସ ସଭାପତି ଜଗନ୍ନାଥ ମହାପାତ୍ର ଉଦଘାଟନ କରି କହିଥିଲେ । ନବରଙ୍ଗପୁର ଲାୟନ୍ସ କ୍ଲବ ତରଫରୁ ସହରର ବିଭିନ୍ନ ତଳି ଅଞ୍ଚଳରେ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଉଛି । ଏହା ପୂର୍ବରୁ ଗୋଟିଏ ଶିବିର ଅନୁଷ୍ଠିତ ହୋଇଥିଲା ଓ ଆଗମୀ ଦିନରେ ଅନ୍ୟ ବସ୍ତି ବାସିନ୍ଦା ମାନଙ୍କ ପାଇଁ ଆଉ ଦୁଇ ତିନି ଗୋଟି ଶିବିର ଆୟୋଜନ କରାଯିବ । ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ସୁର, ଶ୍ରୀକାନ୍ତ ମହାନ୍ତି, ନନ୍ଦୀ ରେଡି, ସୁରେଶ ନାୟକ, ଶେଖର ମୂର୍ତ୍ତୀ ଏଥିରେ ସହଯୋଗ କରିଥିଲେ ।

Comments (0)
Add Comment