ମିହିର ଦାସଙ୍କ ବିୟୋଗରେ ପାରଳାଖେମୁଣ୍ଡିରେ ଶୋକସଭା

ପାରଳାଖେମୁଣ୍ଡି : ଓଡ଼ିଆ ଚଳଚ୍ଚିତ୍ର ବରିଷ୍ଠ ଅଭିନେତା ମିହିର ଦାସଙ୍କ ବିୟୋଗରେ ପାରଳାଖେମୁଣ୍ଡିରେ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପାରଳାଖେମୁଣ୍ଡି ସ୍ଥିତ ରାଜାଙ୍କ ମହଲ ଠାରେ ତାଙ୍କ ଉଦ୍ଦେଶ୍ୟରେ କ୍ୟାଣ୍ଡେଲ ଶୋଭା ଯାତ୍ରା ଆୟୋଜିତ ହୋଇଥିଲା । ତାଙ୍କ ଆତ୍ମାର ସତଗତି ନିମନ୍ତେ ଗଜପତିର ବହୁ କଳାକାର ଶୋକସଭାରେ ଯୋଗ ଦେଇଥିଲେ ।
ମିହିର ଦାସ ଓଡିଆ ସିନେମାର ଜଣେ ଭର୍ସାଟାଇଲ ଅଭିନେତା ଭାବେ ସେ ସୃଷ୍ଟି କରିଥିଲେ ନିଜର ଏକ ସ୍ୱତନ୍ତ୍ର ପରିଚୟ । ନିଜର ହସ, କାନ୍ଦ, କମେଡି ହେଉ ବା ଖଳନାୟକ ପ୍ରତି ଚରିତ୍ରକୁ ନିଖୁଣ ଭାବେ ଫୁଟାଇ ନିଜ ଅଭିନୟର ଏକ ଅଭୁଲନୀୟ ଛାପ ଛାଡିଯାଇଛନ୍ତି ସେ । କେବଳ ଓଡିଆ ସିନେମା ନୁହେଁ, ଧାରାବାହିକୀରେ ମଧ୍ୟ ପ୍ରଦର୍ଶନ କରିଥିଲେ ମିହିର । ବଳିଷ୍ଠ ଅଭିନୟ, ଗମ୍ଭୀର ସ୍ୱର, ଚରିତ୍ର ନିଖୁଣ ଭାବେ ପରଦାରେ ଉତାରି ଦର୍ଶକଙ୍କ ମନରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ତିନିଦଶନ୍ଧି ଧରି ଓଡିଆ ସିନେମାରେ ଅଭିନୟ ତାଙ୍କୁ ସମ୍ମାନ ଓ ପୁରସ୍କାରର ଅଧିକାରୀ କରାଇପାରିଛି । ।୧୯୫୯ ମସିହା ଫେବୃଆରି ୧୭ ତାରିଖରେ ମୟୂରଭଞ୍ଜରେ ଜନ୍ମଗ୍ରହଣ କରିଥିଲେ ମିହିର । ଗତକାଲି ଏକ ଘରୋଇ ହସପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

Comments (0)
Add Comment