ସନାତନ ଧର୍ମ ଅନୁସାରେ ଆମେ ଜୀବନଯାପନ କରିବା ଉଚିତ୍ : ଶଙ୍କରାଚାର୍ଯ୍ୟ

ପୁରୀ : ତୀର୍ଥରାଜ ମହୋଦଧୂଙ୍କର ନିତ୍ୟ ସନ୍ଧ୍ୟା ଆଳତୀ କାର୍ଯ୍ୟକ୍ରମର ୧୯ତମ ବର୍ଷ ପୂର୍ତ୍ତି ଉତ୍ସବରେ ଦେଶ ର ସୁରକ୍ଷା ସହ ଆଧ୍ୟାତ୍ମିକ ଓ ସାଂସ୍କୃତିକ ଚେତନା ରକ୍ଷା ହେବା ଆବଶ୍ୟକ । ଭାରତ ବିଶ୍ୱର ହୃଦୟ । ସନାତନ ଧର୍ମ ହିଁ ଶ୍ରେଷ୍ଟ । ଜୀବିକାକୁ ଉପେକ୍ଷା କରାନଯାଉ । ସନାତନ ଧର୍ମ ଅନୁସାରେ ଆମେ ଜୀବନଯାପନ କରିବା ଉଚିତ୍ ବୋଲି ସେ ପରାମର୍ଶ ଦେଇଛନ୍ତି ପୂଜ୍ୟ ଶଙ୍କରାଚାର୍ଯ୍ୟ । ସ୍ୱର୍ଗଦ୍ୱାର ସମ୍ମୁଖ ବେଳାଭୂମିରେ ଆଜି ୧୯ ତମ ମହୋଦଧି ଆଳତୀ ଜଗତଗୁରୁ ନିଶ୍ଚଳାନନ୍ଦସରସ୍ୱତୀ ଏବଂ ସାଧୁସନ୍ଥଙ୍କ ଦ୍ୱାରା ସମ୍ପନ୍ନ ହୋଇଛି । ରାଜ୍ୟ ସରକାର ଓ ସମସ୍ତଙ୍କ ସହଯୋଗରେ ଏହା ଆଗେଇ ଚାଲିଛି । ମହୋଦଧି ଆଳତୀକୁ ଅନୁସରଣ ନଦୀ ଓ ସମୁଦ୍ରର ସୁରକ୍ଷା ପାଇଁ ବିଭିନ୍ନ ସ୍ଥାନରେ ଏବେ ଆଳତୀ କରାଯାଉଛି । ସକାଳେ ଅଭିଷେକ ଓ ନଗର କୀର୍ତନ ,ସୁନ୍ଦରକାଣ୍ଡ ଓ ନାମସଙ୍କୀର୍ତନ ପରେ ସନ୍ଧ୍ୟାରେ ଧର୍ମସଭା ହୋଇଥିଲ।।ାଜଗତଗୁରୁ ନିଶ୍ଚଳାନନ୍ଦ ସରସ୍ୱତୀ , ପୁରୀ ସାଂସଦ ସମ୍ବିତ ପାତ୍ର ସହ ବିଭିନ୍ନ ମଠର ସାଧୁ ,ସନ୍ଥ ଉପସ୍ଥିତ ଥିଲେ । ଦର୍ଶନ ,ବିଜ୍ଞାନ ଓ ବ୍ୟବହାର ତିନୋଟି ଦୃଷ୍ଟି କୋଣରୁ ସନାତନ ଧର୍ମ ହିଁ ଶ୍ରେଷ୍ଠ । ବେଦ,ଶାସ୍ତ୍ର, ଉପନିନିଷେଧ ଓ ବୈଦିକ ମୂଲ୍ୟବୋଧ ଉପରେ ଆଧାରିତ ସନାତନ ଧର୍ମର ସୁରକ୍ଷା କରିପାରିଲେ ସମଗ୍ର ବିଶ୍ୱ ଏହାକୁ ଆପଣାଇବ ବୋଲି ସେ ପ୍ରତିକ୍ରିୟାରେ କହିଛନ୍ତି ।
ଏହି ଅବସରରେ ସାଂସଦ ସମ୍ବିତ ପାତ୍ର ନିଜ ଭାଷଣରେ କହିଥିଲେ ଭାରତ ଆଧ୍ୟାତ୍ମିକ ଓ ଋଷି ମୁନିଙ୍କ ଦେଶ ।ଭାରତର ଚାରୋଟି ପ୍ରମୁଖ ଧାମ ମଧ୍ୟରୁ ଏହା ସର୍ବଶ୍ରେଷ୍ଠ ଧାମ ।୨୫୦୦ ବର୍ଷ ପୂର୍ବେ ଆଦି ଶଙ୍କରାଚାର୍ଯ୍ୟ ଚତୁର୍ଦ୍ଧା ବିଗ୍ରହଙ୍କୁ ପ୍ରତିଷ୍ଠା କରିଥିଲେ ।ଏହି ଧାମର ପବିତ୍ରତା ରକ୍ଷା ହେଉ । ସମଗ୍ର ପୁରୁଷୋତ୍ତମ କ୍ଷେତ୍ରକୁ ଏକ ଧାର୍ମିକ କ୍ଷେତ୍ର ଭାବେ ପରିଣତ କରାଯାଉ । ଗୁରୁଜୀଙ୍କ ମାର୍ଗଦର୍ଶନରେ ମହୋଦଧି ଆଳତୀ ସମଗ୍ର ହିନ୍ଦୁ ଓ ସନାତନ ଧର୍ମୀଙ୍କୁ ଏକତ୍ରିତ କରିପାରିଛି ।ବିଭିନ୍ନ ସ୍ତରରେ ବୈଦିକ ଓ ଆଧ୍ୟାତ୍ମିକ ଶିକ୍ଷା ବ୍ୟବସ୍ଥା ପ୍ରଚଳନ ପାଇଁ ସେ ପରାମର୍ଶ ଦେଇଥିଲେ । ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଅନେକ ଭକ୍ତ ଓ ଶ୍ରଦ୍ଧାଳୁମାନେ ଯୋଗ ଦେଇଥିଲେ ।
୧୯ ତମ ମହୋଦଧି ଆଳତୀ ପାଇଁ ସମଗ୍ର ସ୍ୱର୍ଗଦ୍ୱାର ସମ୍ମୁଖ ବେଳାଭୂମିରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ଆଳତୀ ପରେ ଜଗତଗୁରୁ ନିଶ୍ଚଳାନନ୍ଦ ସରସ୍ୱତୀ ମହୋଦଧି କୂଳକୁ ଯାଇ ବନ୍ଦାପନା କରିଥିଲେ ।ସମଗ୍ର ଦେଶର ବିଭିନ୍ନ ସ୍ଥାନରୁ ଭକ୍ତ ଶ୍ରଦ୍ଧାଳୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

Comments (0)
Add Comment