ପୁରୀ- ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅନ୍ତର୍ଗତ ବୁଢି ମା ମନ୍ଦିର ପଥର କାନ୍ଥରେ ଆତଙ୍କବାଦୀ ଧମକପୂର୍ଣ୍ଣ ଲେଖାକୁ ନେଇ ଆସିଲା ପୁରୀ ଏସ୍ପିଙ୍କ ପତିକ୍ରିୟା l ଏହି ଘଟଣାକୁ ଗୁରୁତର ସହ ନିଆଯାଇଛି l କିଏ ଏବଂ କେଉଁ ଉଦେଶ୍ୟ ନେଇ ଏହି ଧମକ ପୂର୍ଣ୍ଣ ଲେଖା ଲେଖିଛି ସେ ନେଇ ତନାଘନା ଆରମ୍ଭ କରାଯାଇଛି l ସେଇ ପରିକ୍ରମା ମାର୍ଗରେ ଥିବା ସିସି ଟିଭି ଯାଞ୍ଚ କରାଯାଉଛି ଏବଂ ସ୍ୱତନ୍ତ୍ର ଟିମ ଘଟଣା ର ଅନୁଧ୍ୟାନ କରୁଛନ୍ତି l ଯିଏ ଲେଖିଛି ସ୍ବତନ୍ତ୍ର ଟିମ ତାକୁ ଚିହ୍ନଟ କରିଲା ପରେ ସବୁ ସ୍ପଷ୍ଟ ହେବ l ସେଇ କାନ୍ଥରେ ଯେଉଁ ଟେଲିଫୋନ ନମ୍ବର ଲେଖାଯାଇଛି ତାହାର ମଧ୍ୟ ଯାଞ୍ଚ ହେଉଛି l କିଛି ତଥ୍ୟ ପୋଲିସ ର ହସ୍ତଗତ ହୋଇଛି ବୋଲି ପୁରୀ ଏସ୍ପି କହିଛନ୍ତି l ପୁରୀ ପୋଲିସ ପ୍ରଶାସନ ଶ୍ରୀମନ୍ଦିର ସୁରକ୍ଷା ନେଇ ପ୍ରାଥମିକତା ଦିଆଯାଇଛି l ଫଟୋ ଗ୍ରାଫି ଓ ଭିଡ଼ିଓଗ୍ରାଫି କରାଯିବା ପରେ ତଦନ୍ତ ଆରମ୍ଭ ହୋଇ ଲେଖା ଗୁଡିକୁ ଲିଭାଯାଇଛି ବୋଲି ପୁରୀ ଏସ୍ପି ପିନାକ ମିଶ୍ରଙ୍କ ପ୍ରତିକ୍ରିୟା ଦେବା ପରେ ଘଟଣା ସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି l