ସ୍ୱଚ୍ଛ ସାଥି ଓ ସ୍ୱଚ୍ଛ ସୁପରଭାଇଜର ଦରମା ବୃଦ୍ଧି ଓ ସରକାରୀ ମାନ୍ୟତା ନେଇ ଗଜପତି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପୌର ପରିଷଦରେ କାର୍ଯ୍ୟରତ ଥିବା ସ୍ୱଚ୍ଛ ସାଥି ଓ ସୁପର ଭାଇଜାର ଦରମା ବୃଦ୍ଧି ଓ ସରକାରୀ ମାନ୍ୟତା ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ସ୍ୱଚ୍ଛ ସାଥି ସଂଗଠନର ସଭାନେତ୍ରୀ ଜ୍ୟୋତି ରଶ୍ମି ଦାସଙ୍କ ନେତୃତ୍ୱରେ ପାରଳାଖେମୁଣ୍ଡି ପୌର ପାଳିକାର ସମସ୍ତ କାର୍ଯ୍ୟରତ ସ୍ୱଚ୍ଛ ସାଥି ଓ ସୁପରଭାଇଜର ମାନେ ଦରମା ବୃଦ୍ଧି ପାଇଁ ଗଜପତି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ପ୍ରକାଶ ଥାଉକି ଗତ ସେପ୍ଟେମ୍ବର ୧୧ ତାରିଖ ୨୦୧୯ ମସିହାରୁ ପ୍ରତ୍ୟେକ ୱାର୍ଡ଼ରେ ସ୍ୱଚ୍ଛତା କାର୍ଯ୍ୟ,ବର୍ଜ୍ୟବସ୍ତୁ ଅଲଗା ଅଲଗା ସଂଗ୍ରହ କରିବା, ୱାର୍ଡ଼ର ବିଭିନ୍ନ ସଚେତନମୂଳକ କାର୍ଯ୍ୟକ୍ରମ, ସ୍ୱୟଂ ସହାୟକ ମହିଳା ସଂଘର ବିଭିନ୍ନ ପ୍ରକାର ଉନ୍ନତିମୂଳକ କାର୍ଯ୍ୟକ୍ରମ ଏବଂ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ମାସିକ ଘର ପିଛା ୩୦ ଟଙ୍କା ଲେଖାଏଁ କର ମଧ୍ୟ ଆଦାୟ, କରୋନା ମହାମାରୀ ସମୟରେ ଲୋକଙ୍କୁ ସ୍ୱାସ୍ଥ୍ୟ ବିଷୟରେ ସଚେତନତା କରିବା, କରୋନା ପୀଡିତ ଲୋକଙ୍କୁ ସରକାରଙ୍କ ତରଫରୁ ଔଷଧ ଯୋଗାଣ କାର୍ଯ୍ୟ ଏବଂ ଖାଦ୍ୟ ବଣ୍ଟନ କାର୍ଯ୍ୟ କରିବା, ସବୁ ସ୍ୱଚ୍ଛ ସାଥି ଏବଂ ସ୍ୱଚ୍ଛ ସାଥି ସୁପ୍ରଭାଇଜର କେବଳ ବର୍ଜ୍ୟବସ୍ତୁ ପରିଚାଳନା କାର୍ଯ୍ୟ ପାଇଁ ନିଯୁକ୍ତି ପାଇଥିବା ବେଳେ ସେଥି ବାବଦକୁ ଆମକୁ ଦିନକୁ ୧୩୩ ଟଙ୍କା ହିସାବରେ ମାସିକ ୪୦୦୦ ଟଙ୍କା ପାରିଶ୍ରମିକ ରାଶି ମିଳୁଅଛି । କିନ୍ତୁ ଏସବୁ ପ୍ରକାର ସରକାରୀ ଏବଂ ପୌର ସଂସ୍ଥା ତରଫରୁ ଯେତେବେଳେ ଯେଉଁ କାମ ଦିଆଯାଉଛି । ଆମର କାର୍ଯ୍ୟ ପାଇଁ ଆମକୁ ଗୋଟିଏ ଲେଖାଏଁ ନିଯୁକ୍ତି ପ୍ରମାଣ ପତ୍ର ଦିଆଯାଉ ଏବଂ ଆମ ପାରିଶ୍ରମିକରେ ବୃଦ୍ଧି କରାଯାଉ ବୋଲି ଏକ ସ୍ମାରକପତ୍ର ଜିଲ୍ଲା ପାଳଙ୍କ ଅନୁପସ୍ଥିତିରେ ଡେପୁଟି କଲେକ୍ଟର ନର୍ମଦା ନାୟକଙ୍କୁ ପ୍ରଦାନ କରାଯାଇଥିବା ଜଣାପଡିଛି ।

Comments (0)
Add Comment