ପରିବା ବିକାଳୀଙ୍କ ପୁଅ ରାୟଗଡା ଜିଲ୍ଲା ଟପ୍ପର, ଉଚ୍ଚଶିକ୍ଷା ପାଇଁ ସରକାରୀ ସହାୟତା ଦାବି

ରାୟଗଡ: ନିଷ୍ଠା ସହ ନିଖୁରାପଣ ପରିଶ୍ରମ କଲେ ଯେ କୌଣସୀ ପ୍ରତିବନ୍ଧକକୁ ଅତିକ୍ରମ କରିହେବ । ଏହାକୁ ପ୍ରମାଣିତ କରିଛନ୍ତି ରାୟଗଡ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ର ଗାନ୍ଧୀ କରକରିଆ । ଘରର ଆର୍ଥିକ ସ୍ଥିତି ଭଲ ନ ଥିବା ସତ୍ତେ୍ୱ ହାର ନ ମାନି ଆଗକୁ ବଢି ସଫଳତା ହାସଲ କରିଛନ୍ତି ଗାନ୍ଧୀ କରକରିଆ । ଯୁକ୍ତ ୨ କଳା ବିଭାଗରେ ୫୩୬ ନମ୍ବର ରଖି ଜିଲ୍ଲାରେ ଟପ୍ପର୍‌ ହେଇଛନ୍ତି ଓ କୋଲନରା ବ୍ଲକ ଅନ୍ତର୍ଗତ ଗାଡ଼ିସେଶଖାଲ ପଞ୍ଚାୟତ ର ମଣ୍ଡଳପିତେଶ୍‌ ଗ୍ରାମରେ ଗାନ୍ଧୀଙ୍କ ଘର । ବାପା ରାମସ୍ୱମୀ କରକରିଆ ଜଣେ ଚାଷୀ ଏବଂ ମାଆ ସରସ୍ୱତୀ କରକରିଆ ଜଣେ ପରିବା ବିକାଳୀ । ମାଆଙ୍କ ରୋଜଗାର ଉପରେ ତାଙ୍କ ପରିବାର ନିର୍ଭର କରେ । ପରିବାର ପାଇଁ ଅହରହ ଉଦ୍ୟମ କରୁଥିବା ମାଆଙ୍କ ପରିଶ୍ରମର ମୂଲ୍ୟ ବୁଝୁଥିଲେ ଗାନ୍ଧୀ ତେଣୁ, ବିନା କୋଚିଙ୍ଗରେ ପାଠ ପଢି ଏଭଳି ସର୍ବାଧିକ ନମ୍ବର ରଖି କୃତିତ୍ୱ ଅର୍ଜନ କରିଛନ୍ତି । ଶ୍ରେଣୀଗୃହ ପାଠପଢା ବ୍ୟତୀତ ଦିନକୁ ନିଜ ସମୟ ସାରଣୀ ଅନୁସାରେ ୭ ରୁ ୮ ଘଣ୍ଠା ପର୍ଯ୍ୟନ୍ତ ପାଠ ପଡୁଥିଲେ । ରିଭଲକୋଣା ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିବା ପରେ ଜେ.କେ ପୁର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ରେ ଅଷ୍ଟମରୁ ଦଶମ ପଢ଼ିଥିଲେ । ଦଶମରେ ୪୦୫ ନମ୍ବର ରଖି ଉତ୍ତୀନ୍ନ ହେବା ପରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରାୟଗଡ଼ାରେ ନାମ ଲେଖାଇଥିଲେ । ଆଜକୁ ପ୍ରାୟ ୧୨ ବର୍ଷ ହେବା ଗାନ୍ଧୀଙ୍କ ପରିବାରର ନିଜସ୍ୱ ଘରଟିଏ ନାହିଁ ତାଙ୍କ ପରିବାରବର୍ଗ ଗାଆଁର ଜଣେ ସଂପର୍କୀୟ ଲୋକଙ୍କ ଘରେ ରହିଆସିଛନ୍ତି । ଯାହା ବହୁତ ଦୁଃଖର ବିଷୟ ଅଟେ । ଏହି ସବୁ ପ୍ରତିବନ୍ଧକ ଗୁଡାକୁ ଖାତିର ନ କରି ଗାନ୍ଧୀ ନିଜର ମନକୁ ଦୃଢ କରି ପଢିଚାଲିଥିଲେ । ସର୍ବଶେଷରେ ସେ ଆଜି ଜିଲ୍ଲା ଟପ୍ପର ହେଇଛନ୍ତି । ଆଉ ନିଜ ବାପା, ମାଆ ଏବଂ ଗାଆଁର ନାମ ଖ୍ୟାତ କରି ଏକ ଉଦାରଣ ସାଜିଛନ୍ତି । ନିର୍ଦ୍ଧାରିତ ଲକ୍ଷ୍ୟରେ ପହଞ୍ଚିବାକୁ ହେଲେ ଦୃଢ ଇଚ୍ଛାଶକ୍ତି ଏକ ଛାତ୍ର ନିକଟରେ ରହିବା ନିତ୍ୟାନ୍ତ ଆବଶ୍ୟକ ବୋଲି ଗାନ୍ଧୀ କହିଛନ୍ତି । ଭବିଷ୍ୟତରେ ଜଣେ ପ୍ରାଧ୍ୟାପକ ହେବାର ଲକ୍ଷ୍ୟ ରଖିଛନ୍ତି ଓ ପ୍ରତିକୂଳ ପରିସ୍ଥିତିକୁ ସମ୍ମୁଖ କରି ପରିବାର ଓ ଅଧ୍ୟାପକ ଅଧ୍ୟାପିକାଙ୍କ ସହଯୋଗରେ ଅଧ୍ୟୟନକରି ଆଜି ପ୍ରମାଣ କରିଦେଇଛନ୍ତି ଯେ ଦାରିର୍ଦ୍ର୍ୟତାକୁ ପ୍ରେରଣାର ଉତ୍ସକରି ଆଜି ନିଜ ଅଞ୍ଚଳ ପାଇଁ ଗର୍ବ ଆଣିବା ସହ ଅନ୍ୟ ଗରୀବମେଧାବୀଙ୍କ ପ୍ରେରଣାର ଉତ୍ସ ପାଲଟିଛନ୍ତି ଓ ଉଚ୍ଚ ଶିକ୍ଷା ନିମନ୍ତେ ସରକାରୀ କିମ୍ବା ବେସରକାରୀ ତରଫରୁ ସହାୟତା ସହ ରହିବା ପାଇଁ ଆବାସଟିଏ ଯୋଗାଇଦେଲେ ସ୍ୱପ୍ନକୁ ସାକାର କରିବାରେ ସହାୟକ ହେବ ବୋଲି ଗାନ୍ଧୀ କରକରିଆ ଆର୍ଥିକ ସହାୟତା ପାଇଁ ଅନୁରୋଧ କରିଛନ୍ତି ।

Comments (0)
Add Comment