ପୋଲିଟେକନିକ କଲେଜରେ ମେଗା ରକ୍ତ ଦାନ ଶିବିର, ୬୩ ୟୁନିଟ ରକ୍ତ ସଂଗ୍ରହ

ସୁବର୍ଣ୍ଣପୁର: ଜିଲ୍ଲାର ସଦର ମହକୁମା ସ୍ଥିତ ସରକାରୀ ପୋଲି ଟେକନିକ୍‌ କଲେଜରେ ଆଜି ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । କଲେଜ୍‌ ଅଧ୍ୟକ୍ଷ ଗୌରହରୀ ସାହୁଙ୍କ ସଂଯୋଜନାରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଶିବିରକୁ ଉଦଘାଟନ କରିଥିଲେ । ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ହେତୁ ଦେଖା ଦେଇଥିବା ରକ୍ତ ସଙ୍କଟକୁ କିଛି ମାତ୍ରାରେ ଏ ଶିବିର ସହାୟ ହେବ ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମତ ଦେଇଥିଲେ । ବେଦ ପ୍ରଚାର ସମିତିର ସଭାପତି ପଙ୍କଜ ମେହେର, ଜିଲ୍ଲା ରକ୍ତଦାତା ସେବା ସଂଘ ସଭାପତି ମନୋଜ ପଣ୍ଡା, କଲେଜର ପ୍ରଶିକ୍ଷକ ପଦ୍ମ ଲୋଚନ ବେହେରା , ସାରଦା କୁମାର ନାୟକ, ଶରତ କୁମାର ବିଶ୍ୱାଳ, ପ୍ରତିମା ଭୋଇ, ଜେନ୍ସ ସୁମିତ୍‌ ଏକ୍କା, କିରଣ କୁମାର୍‌ ଭୋଇ, ଦେବାଶିଷ ଲେଙ୍କା, ଲକ୍ଷ୍ମଣ ହେମ୍ବ୍ରମ, ସୁଭସ୍ମିତା ବେହେରା, ପୁରାତନ ଛାତ୍ର ଗୋପାଳ ବେହେରା ପ୍ରମୁଖ ରକ୍ତଦାନ ଶିବିରରେ ସହାୟତା କରିଥିଲେ । ବିଭିନ୍ନ ବିଭାଗର ୯ଜଣ ଛାତ୍ରୀ ସହିତ ସମୁଦାୟ ୬୩ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଟେକ୍ନିସିଆନ ଟିଟୁ ଭୋଇ, ଜଗତ ଦରୁଆନ ଓ ଡଃ ଦୁର୍ଗା ଦତ୍ତ ଦାସ ରକ୍ତ ସଂଗ୍ରହ କରିଥିଲେ ।

Comments (0)
Add Comment