ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ କଟାଗଲା ଫାଶିଗଛ,୩ ବର୍ଷ ହେବ ପୂଜାର୍ଚ୍ଚନା ହୋଇ ପଡ଼ିରହିଥିଲା

ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ କଟାଗଲା ଫାଶିଗଛ,୩ ବର୍ଷ ହେବ ପୂଜାର୍ଚ୍ଚନା ହୋଇ ପଡ଼ିରହିଥିଲା

ଗଣିଆ : ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ କାହିଁ କେଉଁ କାଳରୁ ଦଶପଲ୍ଲା ବନାଞ୍ଚଳରୁ ରଥକାଠ ରଥଖଳାକୁ ପଠାଯାଇଥାଏ । ରଥ ପାଇଁ ଆବଶ୍ୟକ ଫାଶି, ଅସନ, ଧଉରା ଆଦି କାଠ ଦଶପଲ୍ଲା ବନାଞ୍ଚଳର ବିଭିନ୍ନ ଜଙ୍ଗଲରୁ ଚିହ୍ନଟ କରାଯାଇ ରଖାଯାଇଥାଏ । ପରେ ଗଣିଆ ବଡମୂଳରେ ଥିବା ମା ବଡରାଉଳଙ୍କ ପୀଠରେ ମହାପ୍ରଭୁଙ୍କ ଆଜ୍ଞାମାଳ ଆଣିବା ପରେ ପୂଜାର୍ଚ୍ଚନା କରାଯାଇ ରଥକାଠ ଛେଦନ  ହୋଇଥାଏ । ତେବେ ଗଣିଆ ଶାସନ ସାହିରେ ଗତ ୩ ବର୍ଷ ହେବ ମଳୟ ରଞ୍ଜନ ଦାଶଙ୍କ ବାଡ଼ିରେ ଥିବା ଫାଶିଗଛକୁ ସେ ଦାନ କରିଥିବା ବେଳେ କାଟିବା ପାଇଁ  ତତ୍କାଳୀନ ଡିଏଫଓ ଧନରାଜ ଏଚଡିଙ୍କ ନେତୃତ୍ବରେ ଏକ ପ୍ରତିନିଧି ମଣ୍ଡଳୀ ଉକ୍ତ ଗଛକୁ ଠାବ କରି ପୂଜାର୍ଚ୍ଚନା କରିଥିଲେ । କିନ୍ତୁ ପୂଜାର୍ଚ୍ଚନା କରିବା ପରେ ୩ ବର୍ଷ ପର୍ଯ୍ୟନ୍ତ ଏହି ଗଛ କାଟିବା ପାଇଁ ପ୍ରଶାସନ ତରଫରୁ କୈାଣସି ତତ୍ପରତା ପ୍ରକାଶ ପାଇଲା ନାହିଁ । ଏ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ସହିତ ଚଳିତ ବର୍ଷ ରଥକାଠ ଅନୁକୂଳ ପୂଜାର୍ଚ୍ଚନା ସମୟରେ ଏ ସମ୍ପର୍କରେ ଡିଏଫଓଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ତେବେ ବୁଧବାର ଗଣିଆ ବନାଞ୍ଚଳ ଅଧିକାରୀ ସୁମନ ମାଝି, ଫରେଷ୍ଟର ମନୋଜ ପ୍ରଭାକର ସାହୁ, ଫରେଷ୍ଟର ସନ୍ତୋଷ କୁମାର ପ୍ରଧାନ,ବନ କର୍ମଚାରୀ ଗଣିଆ ଶାସନ ସାହିରେ ଥିବା ଫାଶିଗଛକୁ କାଟିବା ସହିତ ରଥଖଳାକୁ ପଠାଇଥିବା ଜଣାପଡିଛି । ଫାଶିକାଠ ଦାନ କରିଥିବା ମଳୟ ରଞ୍ଜନ ଦାଶ ନୟାଗଡ଼ ବନବିଭାଗ ପ୍ରଶାସନିକ ଅଧିକାରୀ ତଥା ପୂରୀ ଶ୍ରୀମନ୍ଦିର ପ୍ରଶାସନକୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

Comments (0)
Add Comment