ନୂଆପଡା : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଘାଟମାଳ ଗ୍ରାମ ପଞ୍ଚାୟତର ତାଲାକୋଟ ଗ୍ରାମର ଚାରିଛକ ଠାରେ ଏକ ସାପ୍ତାହିକ ହାଟର ଶୁଭାରମ୍ଭ କରାଯାଇଛି । ଆଜି ଏନେଇ ଶୁଭସ୍ତମ୍ଭ ସ୍ଥାପନ କରାଯାଇଥିଲା । ଏହି ଗ୍ରାମକୁ ଲାଗି ଅନେକ ଗ୍ରାମ ରହିଥିବାରୁ ଚାଷୀ, ବେପାରୀ ଓ ଜନସାଧାରଣଙ୍କ ପାଇଁ ଏହି ହାଟ ଲାଭଦାୟକ ହୋଇପାରିବ ବୋଲି ଲୋକେ କହିଛନ୍ତି । ଶ୍ରୀ ଗୋକୁଳ ମାଝି ଏହାର ଶୁଭ ଉଦଘାଟନ କରିଥିଲେ । ସ୍ଥାନୀୟ ସରପଞ୍ଚ ଟେକରାମ ମାଝିଙ୍କ ନେତୃତ୍ୱରେ ସାପ୍ତାହିକ ବଜାର ଅନୁଷ୍ଠିତ ହୋଇଛି । ଝାଙ୍କର ଛିନୁ ପହରିଆ,ସଭାପତି ଜୟରାମ ମାଝି, ସହ ସଭାପତି ଲକ୍ଷ୍ମଣ ମାଝି, ସମ୍ପାଦକ ଅର୍ଜୁନ ହଂସ ସହଯୋଗ କରିଥିଲେ । ଏହି ହାଟ ଦ୍ୱାରା ଏହି ଅଞ୍ଚଳର ଲୋକେ ସୁବିଧା ପାଇବା ସହ ସ୍ଥାନୀୟ ବେପାରୀମାନେ ବେପାର ବଣିଜ କରିପାରିବେ ବୋଲି କହିଥିଲେ ଓ ସୁବିଧା ସୁଯୋଗ ବ୍ୟବସ୍ଥା ସହ ଉନ୍ନତମାନର ହାଟ ଭାବରେ ଗଢିତୋଳିବେ ବୋଲି କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଡିଗ୍ଲେଶ୍ୱର ହଂସ, ଜୟ ହଂସ, ଥବିର ଚିନ୍ଦା, ଅନିଲ ମାଝି, ଦିନେଶ ମେହେର, ଗିରିଧାରୀ ମାଝି, ରାଜେନ୍ଦ୍ର ମାଝି, ଜୟସିଂ ନାଗ, ନନ୍ଦ ହଂସ, ଧନମତି ମହାନନ୍ଦ, ନମତି ମାଝି ଓ ଡିଙ୍ଗର ମାଝି ଉପସ୍ଥିତ ରହି ସହଯୋଗ କରିଥିଲେ ।