ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା-୨୦୨୩

ଚମ୍ପୁଆ: କୃଷିି ଜିଲା ଚମ୍ପୁଆ ଆନୁକୁଲ୍ୟାରେ ଚମ୍ପୁଆ ପଂଚାୟତ ସମିତି ପରିସରରେ ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ୨୦୨୩ ଅନୁଷ୍ଠିତ ହୋଇଯାଇଛି । ୩ ଦିନ ଧରି ଅନୁଷ୍ଠିତ ଏହି ମେଳାକୁ ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । କୃଷି ଓ କୃଷକର ଉନ୍ନତି ଲକ୍ଷ୍ୟରେ ଅନୁଷ୍ଠିତ ଏହି କୃଷି ଯନ୍ତ୍ରପାତି ମେଳାରେ ଅନ୍ୟତମ ଅତିଥି ଭାବେ ସଦର ବିଧାୟକ ମହୋନ ଚରଣ ମାଝି, ପାଟଣା ବିଧାୟକ ଜଗନ୍ନାଥ ନାଏକ ପ୍ରମୁଖ ଯୋଗ ଦେଇ ଏହି ମେଳାର ସଭା ବର୍ଦ୍ଧନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲା ବି.ଜେ.ଡି ମହିଳା ସଭାପତି ରମଣୀ ନାଏକ, କେନ୍ଦୁଝର ଜିଲା କୃଷି ଅଧିକାରୀ ମିହିର କୁମାର ସାହୁ, ସହକାରୀ ଯନ୍ତ୍ରୀ ଜଗତବନ୍ଧୁ ପଟ୍ଟନାୟକ, ଚମ୍ପୁଆ କୃଷି ଜିଲା ଅଧିକାରୀ ସତ୍ୟବାନ ସରେନ, ଚମ୍ପୁଆ ବ୍ଲକ କୃଷିଅଧିକାରୀ ନିଳ ମାଧବ ଦାସ, ଝୁମ୍ପୁରା ବ୍ଲକ କୃଷି ଅଧିକାରୀ ସୁମନ୍ତ ମହାନ୍ତ, ଯୋଡା କୃଷି ଅଧିକାରୀ ସଂଯୁକ୍ତା ମୁଣ୍ଡା , ଚମ୍ପୁଆ ବ୍ଲକ ଉନ୍ନୟନ ଅଧିକାରୀ ରାଜା ବୀରବିକ୍ରମ ବଳ ପ୍ରମୁଖ ଯୋଗ ଦେଇଥିଲେ । କୃଷି କ୍ଷେତ୍ରରେ ବୌପ୍ଳବିକ ପରିବର୍ତ୍ତନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ମାନ କରାଯାଇଛି । ଚାଷୀମାନଙ୍କୁ ଜଳ ଯୋଗାଣ, ଅଧିକ ଅମଳକ୍ଷମ, ବିହନ ଯୋଗାଣ, ରୋଗ ପୋକ ନିୟନ୍ତ୍ରଣ ନିମନ୍ତେ ବିଭିନ୍ନ ପଦକ୍ଷେପ ମାନ ଗ୍ରହଣ କରାଯାଇଛି । ମାତ୍ର କୃଷକ ପାରଂପାରିକ ପଦ୍ଧତିରେ କରୁଥିବା ଚାଷ ଯୋଗୁଁ ସମୟ ଅପଚୟ ହେବା ସହିତ ଉତ୍ପାଦନ ବୃଦ୍ଧି ହେଉ ନଥିଲା । କିନ୍ତୁ ସରକାର ବିଭିନ୍ନ ଉନ୍ନତ ଧରଣର ଆଧୁନିକ ଯନ୍ତ୍ରପାତି ବ୍ୟବହାର କରି ଉତ୍ପାଦନ ବୃଦ୍ଧି କରିବାକୁ କୃଷି ଯନ୍ତ୍ରପାତି ମେଳା ମାଧ୍ୟମରେ କୃଷକଙ୍କୁ ସଚେତନ କରିଥିଲେ । ଏଥିପାଇଁ ରାଜ୍ୟ ସରକାର ବିଭିନ୍ନ କୃଷି ଉପକରଣ ଉପରେ ରିହାତିର ସୁବିଧା ଦେବା ସହ ଗ୍ରାମାଂଚଳର ସ୍ୱୟଂସହାୟକ ଗୋଷ୍ଠୀ ମାନଙ୍କୁ ସ୍ୱଳ୍ପ ମୂଲ୍ୟରେ କୃଷି ଯନ୍ତ୍ରପାତି ଯୋଗାଇବାର ବ୍ୟବସ୍ଥା କରିଥିଲେ । ଏହି ଉପଖଣ୍ଡ ସ୍ତରୀୟ ମେଳାରେ ବହୁ ସଂଖ୍ୟାରେ କୃଷି ଯନ୍ତ୍ରପାରି ବିଶେସଜ୍ଞ ଉପସ୍ଥିତ ରହି ମେଳା ବୁଲିବାକୁ ଆସୁଥିବା କୃଷକ ମାନଙ୍କୁ ଯନ୍ତ୍ରପାତି ଗୁଡିକର ପରିଚାଳନା ଓ ଉପକାରିତା ବିଷୟରେ ବୁଝାଇଥିଲେ ଓ ଆବଶ୍ୟକ ସ୍ଥଳେ ଡେମୋ କରି ଦେଖାଇଥିଲେ । ଏଥିରେ ୪୭ ଗୋଟି କୃଷି ଯନ୍ତ୍ରପାତି ଷ୍ଟଲ ସ୍ଥାନ ପାଇଥିଲା । ୨୫୦ ରୁ ଉଦ୍ଧ୍ୱର୍ କୃଷକ ଏହି ମେଳାରେ ଯୋଗ ଦେଇଥିବା ବେଳେ ସେମାନଙ୍କୁ ରିହାତି ମାଧ୍ୟମରେ ଯନ୍ତ୍ରପାତି କ୍ରୟ କରିବାର ସୁବିଧା ମଧ୍ୟ କରାଯାଇଥିଲା । ଏହି ମେଳାରେ ଗ୍ରାମ୍ୟ କୃଷି ଅଧିକାରୀ, କୃଷକ ସାଥୀ, ସ୍ୱୟଂସହାୟକ ଗୋଷ୍ଠୀ ସଦସ୍ୟ ମାନେ ଉପସ୍ଥିତ ଥିଲେ । ଏହି ମେଳାରେ ବିଭାଗ ତରଫରୁ ମାଣ୍ଡିଆରୁ ପ୍ରସ୍ତୁତ ବିଭିନ୍ନ ସୁସ୍ୱାଦୁ ଖାଦ୍ୟ ବଂଟନ କରାଯାଇଥିଲା ।

Comments (0)
Add Comment