ଫୁଲବାଣୀ:ଜିଲ୍ଲା ଆଇନ ସେବା ପ୍ରାଧିକରଣ,କନ୍ଧମାଳ ଫୁଲବାଣୀ ଦ୍ୱାରା ଆୟୋଜିତ ଜିଲ୍ଲା ଆଇନ ସାକ୍ଷରତା ଉତ୍ସବ-୨୦୨୨ ସ୍ଥାନୀୟ କୋର୍ଟ ପରିସରରେ ଥିବା ଏ.ଡ଼ି.ଆର କେନ୍ଦ୍ରରେ ପାଳିତ ହୋଇଯାଇଛି । ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଇନ ସାକ୍ଷରତା ଲକ୍ଷ ନେଇ ଏହି ଉତ୍ସବରେ ଯୋଗ ଦେଇ ଜିଲ୍ଲା ବିଚାରପତି ଶୀତିକାନ୍ତ ସାମଲ, ସିଭିଲ କୋର୍ଟ ରେଜିଷ୍ଟ୍ରାର ସି.ଏ ଦେଶପ୍ରିୟ ବାରିକ, ଫୁଲବାଣୀ ସ୍ଥାୟୀ ଲୋକ ଅଦାଲତ ବିଚାରପତି ସନ୍ତୋଷ କୁମାର ନାୟକ, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଫୁଲବାଣୀ ସଚିବ ଅନୁଶିଳା ରାୟ, ଫୁଲବାଣୀ ବାର ଆସୋସିଏସନ ସଭାପତି ବିଜୟ କୁମାର ମହାନ୍ତି, ସମ୍ପାଦକ ଦୁର୍ଗା ଶଙ୍କର ପଟ୍ଟନାୟକ ଉଦଯାପନ ସମାରୋହରେ ଯୋଗ ଦେଇ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଲିଗାଲ ଲିଟେରେସି କ୍ଲବରେ ସାମିଲ ହୋଇଥିବା ଉଚ୍ଚ ବିଦ୍ୟାଳୟମାନଙ୍କ ମଧ୍ୟରେ ବକ୍ତୃତା,ରଚନା ଲିଖନ, ଚିତ୍ରାଙ୍କନ,ଆଇନ ସଚେତନତା ସମ୍ବନ୍ଧୀୟ କ୍ଷୁଦ୍ର ନାଟିକା ଆଦି ବିଭିନ୍ନ ପ୍ରତିଯୋଗିତାରେ ସାତଟି ଉଚ୍ଚ ବିଦ୍ୟାଳୟରୁ ୩୭ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । କ୍ଷୁଦ୍ର ନାଟିକା ରେ ଫୁଲବାଣୀ ପବ୍ଲିକ ସ୍କୁଲ ପ୍ରଥମ, ଚିତ୍ରାଙ୍କନ ପ୍ରତିଯୋଗିତାରେ ସ୍ରେୟାଂଶି ଦିବ୍ୟଦିଶା, କେନ୍ଦ୍ରୀୟ ବିଦ୍ୟାଳୟ, ଫୁଲବାଣୀ (ପ୍ରଥମ), ଶ୍ରୀନାଥ ମଲ୍ଲିକ ସରକାରୀ ଉଚ୍ଚ ବିଦ୍ୟାଳୟ, ଖଜୁରୀପଡା (ଦ୍ୱିତୀୟ), ଅୟସ ଅରୁଣାଞ୍ଜଳୀ ପ୍ରଧାନ ପବ୍ଲିକ ସ୍କୁଲ, ଫୁଲବାଣୀ (ତୃତୀୟ),ରଚନା ଲିଖନ ପ୍ରତିଯୋଗିତାରେ ନାରାୟଣ ପ୍ରସାଦ ପଟ୍ଟନାୟକ ଜବାହର ନବୋଦୟ ବିଦ୍ୟାଳୟ ଫୁଲବାଣୀ (ପ୍ରଥମ), ପ୍ରିୟଦର୍ଶିନୀ ବେହେରା ପବ୍ଲିକ ସ୍କୁଲ (ଦ୍ୱିତୀୟ), ସୌମ୍ୟାଶ୍ରୀ ସାହୁ କେନ୍ଦ୍ରୀୟ ବିଦ୍ୟାଳୟ (ତୃତୀୟ), ବକ୍ତୃତା ପ୍ରତିଯୋଗିତାରେ ଅନ୍ୱେଷା ମହାପାତ୍ର କେନ୍ଦ୍ରୀୟ ବିଦ୍ୟାଳୟ (ପ୍ରଥମ), ସୁଗନ୍ଧା ମଲ୍ଲିକ ସରକାରୀ ଉଚ୍ଚ ବିଦ୍ୟାଳୟ ଦୂତିପଡା (ଦ୍ୱିତୀୟ), ୟସିତା ଶୁଭଦର୍ଶିନୀ ଜବାହର ନବୋଦୟ ବିଦ୍ୟାଳୟ (ତୃତୀୟ)ର ଛାତ୍ର ଛାତ୍ରୀ ମାନେ ଆଇନ ସାକ୍ଷରତା ସହିତ ନିଜ ନିଜର କୃତିତ୍ୱ ପ୍ରଦର୍ଶନ କରିଥିଲେ । ଉକ୍ତ ଆଇନ ସାକ୍ଷରତା ଉତ୍ସବରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ବିଚାରକ ଭାବରେ ସମାଜସେବୀ ନିରଞ୍ଜନ ପାଣ୍ଡେ, ଓଡ଼ିଆ ଅଧ୍ୟାପିକା ଜ୍ୟୋତିର୍ମୟୀ କହଁର, ଦେବାଶିଷ ମିଶ୍ର, ରିତେନ୍ଦ୍ର ମହାନ୍ତି, ବିଞ୍ଜ ବେହେରା ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ଉକ୍ତ ଉତ୍ସବର ମଞ୍ଚ ଉପସ୍ଥାପନାରେ ପି.ଏଲ.ଭି ଅଶୋକ ପ୍ରଧାନ ସହଯୋଗ ଦେଇଥିଲେ ।