ଡ଼ଃ ଅଭିଷେକ ମିଶ୍ରଙ୍କ ପରଲୋକରେ ସୁବର୍ଣ୍ଣପୁର ସହରରେ ଶୋକ

ସୁବର୍ଣ୍ଣପୁର : ଗତକାଲି ସୁବର୍ଣ୍ଣପୁରର ଗୌରବ ତଥା ସମ୍ବଲପୁର ଜିଏମ କଲେଜର ଆସିଷ୍ଟାଣ୍ଟ ପ୍ରଫେସର ଡ଼ଃ ଅଭିଷେକ ମିଶ୍ର ଚିକିତ୍ସିତ ଅବସ୍ଥାରେ ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ମୃତ୍ୟୁ ବରଣ କରିଛନ୍ତି । ଏ ଘଟଣାରେ ସୋନପୁର ତଥା ସମ୍ୱଲପୁର ଜିଏମ କଲେଜରେ ଶୋକର ଛାୟା ଖେଳିଯାଇଥିବା ବେଳେ ଆଜି ତାଙ୍କ ମର ଶରୀରକୁ ସୁବର୍ଣ୍ଣପୁର ଆଣିବା ପରେ ମର ଶରୀରକୁ ଅନ୍ତିମ ଦର୍ଶନ ପାଇଁ ସହରର ଓକିଲ ସଂଘ ସମେତ ଶହ ଶହ ଲୋକଙ୍କ ଭିଡ଼ ଜମିଥିଲା । ସହରର ଗୋକର୍ଣ୍ଣେଶ୍ୱର ଶ୍ମଶାନ ଘାଟଠାରେ ପ୍ର. ମିଶ୍ରଙ୍କ ଅନ୍ତିମ ସଂସ୍କାର କରାଯାଇଥିବା ବେଳେ ସୁବର୍ଣ୍ଣପୁର ଅତିରିକ୍ତ ଜ଼ିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ, ଡା. ପ୍ରଦୀପ ଗୁରୁ, ବରିଷ୍ଠ ଓକିଲ ଗୌରୀ ଶ୍ୟାମ ପଣ୍ଡା, ସନ୍ତୋଷ ମେହେର, ପ୍ରଦୀପ ପୁରୋହିତ, ନନ୍ଦ କିଶୋର ତ୍ରିପାଠୀଙ୍କ ସମେତ ଜ଼ିଲ୍ଲା ଓକିଲ ସଂଘର ବହୁ ସଦସ୍ୟଙ୍କ ସହ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ଯୁବ ପ୍ରଫେସର ସ୍ୱର୍ଗୀୟ ଶ୍ରୀ ମିଶ୍ରଙ୍କୁ ଅନ୍ତିମ ଦର୍ଶନ ଓ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପୁତୁରା ଅମ୍ରିତ ମିଶ୍ର ମୁଖାଗ୍ନି ଦେଇଥିବା ବେଳେ ନ୍ୟାସେନାଲ ଓ ଇଣ୍ଟରନ୍ୟାସନାଲ ଜୋର୍ନାଲ ରେ ଶ୍ରୀ ମିଶ୍ରଙ୍କ ଅନେକ ଆର୍ଟିକିଲ ପ୍ରକାଶ ପାଇଥିବା ଏବଂ ସେ ଜଣେ ଅତି ଭଦ୍ର ମେଳାପୀ ଓ ଛାତ୍ର ବତ୍ସଳ ଥିଲେ । ତାଙ୍କ ପିତା ରାଜ କିଶୋର ମିଶ୍ର ସହରର ଜଣେ ଜଣା ଶୁଣା ଆଇନଜ୍ଞ ଭାବରେ ଓ ବଡ଼ ଭାଇ ହାଇକୋର୍ଟର ଆଇନଜ୍ଞ ଭାବରେ ପରିଚିତ ଥିବାରୁ ଆଜି ସ୍ୱର୍ଗୀୟ ପ୍ର. ମିଶ୍ରଙ୍କ ଅନ୍ତିମ ଦର୍ଶନ ପାଇଁ ଗୋକର୍ଣ୍ଣେଶ୍ୱର ପଡା ବାସଭବନ ତଥା ଶ୍ମଶାନ ଘାଟରେ ଭିଡ଼ ଲାଗିଥିଲା ।

Comments (0)
Add Comment