ଘୁଚାପାଲି ଓ ନାନ୍ଦୁପଲାରେ ସିଆରପିଏଫର ଜନ ସଂପର୍କ ଶିବିର : ଲୋକଙ୍କୁ ବାଣ୍ଟିଲେ ପାଣି ଡ୍ରାମ୍‌

ଖପ୍ରାଖୋଲ : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ନାନ୍ଦୁପଲା ଠାରେ ସିଆରପିଏଫ୍‌ ୧୮୯ ବାଟାଲିୟନ୍‌ ତରଫରୁ ଜନସଂପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରରେ ମୁଖ୍ୟ ଅତିଥି ରୂପେ କମାଣ୍ଡେଣ୍ଟ ପବନ କୁମାର ତିୱରି, ସମ୍ମାନିତ ଅତିଥି ରୂପେ ନାନ୍ଦୁପଲା ସରପଞ୍ଚ ନିଲେନ୍ଦ୍ରି ପୁଝାରୀ, ଭାନପୁର ସରପଞ୍ଚ ରିନା ଜାଲ, ମାଟିଆଭଟା ସରପଞ୍ଚ ସନ୍ତୋସିନୀ ବରିହା, ତେଲେନପାଲି ସରପଞ୍ଚ ଶକୁନ୍ତଳା ବେହେରା ପ୍ରମୁଖ ଯୋଗ ଦେଇଥିଲେ । ସିଆର୍‌ପିଏଫ୍‌ ଦେଶର ପ୍ରମୁଖ ଅର୍ଦ୍ଧସାମରିକ ବାହିନୀ ହୋଇଥିବା ବେଳେ ଖପ୍ରାଖୋଲ ଅଞ୍ଚଳରେ ମାଓ ଦମନ ପାଇଁ ନିୟୋଜିତ ହୋଇଛନ୍ତି । ହେଲେ ଲୋକଙ୍କ ବିଶ୍ୱାସ ଭାଜନ ହେବା ସହ ସାମାଜିକ ଦାୟିତ୍ୱ ନିଭାଇବା ପାଇଁ ଜନସଂପର୍କ ଶିବିର ଆୟୋଜିତ କରିଥିଲେ ।

ଏହି ଅବସରରେ ୨୪ ଜଣଙ୍କୁ ପାଣି ଡ୍ରମ ପ୍ରଦାନ କରିଥିଲେ । ସେହିପରି ଘୁଚାପାଳି ଠାରେ ଆୟୋଜିତ ଜନ ସଂପର୍କ ଶିବିରରେ ମଧ୍ୟ ୨୪ ଡ୍ରମ ବଣ୍ଟନ କରାଯାଇଥିଲା । ଘୁଚପାଲିରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ କୁଳିହାମୁଣ୍ଡା , ଚଞ୍ଚରାଭଟା, ରେଙ୍ଗାଲି, ଲହଡୁଙ୍ଗରି, ନାଗଡେରା, ବର୍ତିଆ, ଖୁରିପାଣି, ଗୁଚାପାଲି, ବେହେରାପାଣି, ଯମୁନାପାଲି, ଅମ୍ବବାହାଲୀ, ନେନ୍ଦୁପଲା, ଚିଟଖୁଟନା ଓ ଜୁନାନୀବାହାଲ ଗାଁର ଲୋକ ମାନେ ଉପସ୍ଥିତ ରହି ଖପ୍ରାଖୋଲ ୧୮୯ ବାଟାଲିୟନ ସିଆର୍‌ପିଏଫ୍‌ କମାଣ୍ଡେଣ୍ଟ ପବନ କୁମାର ତିୱାରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଖପ୍ରାଖୋଲ ସିଆର୍‌ପିଏଫ୍‌ ବାଟାଲିୟନ୍‌ ସତ୍ୟବୀର ସିଂ(ଏ.ସି) ଓ ଇନ୍ସପେକ୍ଟର ବିପୁଳ କୁମାର ରାଏ ପରିଚାଳନା କରିଥିଲେ ।

Comments (0)
Add Comment