ଦୁର୍ଘଟଣାରେ ଆହତ ଯୁବକ ଏବେ ଶଯ୍ୟାଶାୟୀ, ସରକାରୀ ସହାୟତା ଯୋଗାଇବାକୁ ଦାବି

ପାଟଣାଗଡ଼ : ପାଟଣାଗଡ ବ୍ଳକ ପଣ୍ଡା ମୁଣ୍ଡା ଗାଁର କରୁଣାକର ବରିହା କିଛିଦିନ ତଳେ ଦୁର୍ଘଟଣଗ୍ରସ୍ତ ହୋଇଥିଲେ । ତାଙ୍କର ଚିକିତ୍ସା ପରେ ମଧ୍ୟ ସ୍ୱାସ୍ୟବସ୍ଥାରେ ସୁଧାର ଆସୁନାହିଁ । ସେ ତିନି ମାସରୁ ଉର୍ଦ୍ଧ୍ୱ ହେବ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି । ତାଙ୍କର ଚିକିତ୍ସା ପାଇଁ ଅର୍ଥର ଅଭାବ ହୋଇଛି । ଉଚ୍ଚତର ଚିକିତ୍ସା ପାଇଁ ବଡ଼ ଡାକ୍ତରଖାନା ଯାଇପାରୁ ନାହାନ୍ତି । ପରିବାର ସେ ଜଣେମାତ୍ର ରୋଜଗାରକ୍ଷମ ବ୍ୟକ୍ତି ହେତୁ ତାଙ୍କ ପରିବାର ସ୍ତ୍ରୀ, ୩ ଟି ଛୋଟ ପିଲା ଏବଂ ତାଙ୍କ ବୃଦ୍ଧା ମାଆବାପା ଅଛନ୍ତି । ଏପରି ସ୍ଥିତିରେ ପରିବାର ଚଲାଇବାରେ କଷ୍ଟକର ହେଇପଡିଛି । ଖବର ପାଇଁ କନ୍ୟାକରିଣ ଫାଇଣ୍ଡେସନର ସଭ୍ୟା ସେବିକା ରାଜହଂସଙ୍କ ସହ ସନ୍ତୋଷିନୀ ବିଶି କୁରଣାକର ବରିହାଙ୍କ ପାଖକୁ ଯାଇ ସ୍ୱାସ୍ୟବସ୍ଥା ପଚାରି ବୁଝିବା ସହ ତାଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ସରକାରଙ୍କୁ ଦାବୀ କରିଛନ୍ତି ।

Comments (0)
Add Comment