ଫୁଲବାଣୀ:ଗତକାଲି ରବିବାର ଦିନ ରାତି ୧୦ ଘଣ୍ଟିକା ପୂର୍ବରୁ ଅଚାନକ କାଳବୈଶାଖୀ ଆସି ପବନ ବର୍ଷାରେ ଅନେକ କ୍ଷୟକ୍ଷତି ଘଟାଇଥିବା ଦେଖିବାକୁ ମିଳିଛି । ଏହି ପରିପ୍ରେକ୍ଷୀରେ କିଛି ଗରିବ ଲୋକଙ୍କ ଘରକୁ ଭାଙ୍ଗି ଦେଇ ଛପର ଉଡେଇ ନେଇଥିବା ବେଳେ ନାହିଁ ନଥିବା ହନ୍ତସନ୍ତ କରି ପକାଇଛି । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ସୁଡୁକୁମ୍ପା ପଞ୍ଚାୟତର ବୌଦ୍ଧ ଜିଲ୍ଲା ସୀମାନ୍ତ ଗେଟାମୁଣ୍ଡା ଗ୍ରାମରେ । ଏହି ଗ୍ରାମର ଚୈତନ ଭୋଇଙ୍କ ତିନୋଟି ଘର ଭାଙ୍ଗି ଯାଇଥିବା ବେଳେ ଛପର ଉଡେଇ ନେଇ ଅନେକ କ୍ଷୟକ୍ଷତି ହୋଇଛି । ଚୈତନଙ୍କ ପରିବାର ଏବେ ବେସହାର ହୋଇ ଅତି ହନ୍ତସନ୍ତରେ ଜୀବନ ବିତାଉଛନ୍ତି । ସେ ଜଣେ ଅତି ଗରିବ ପରିବାର ହୋଇଥିବାରୁ ସରକାରୀ କ୍ଷତିପୂରଣ କିମ୍ବା ଘର ଖଣ୍ଡିଏ ଯୋଗାଇ ଦେବାକୁ ଗଣମାଧ୍ୟମ ଦ୍ୱାରା ସରକାରଙ୍କ ନିକଟରେ ମିନତୀ କରୁଛି । ଚୈତନ ଓ ତାଙ୍କ ପତ୍ନୀ ଆଉ ୪ ପୁଅଝିଅ ଏବେ ଗ୍ରାମବାସୀଙ୍କ ସାହାଯ୍ୟ ସହଯୋଗରେ ଚଳୁଛନ୍ତି । ତେଣୁ ଏହି ଖବରକୁ ଗୁରୁତ୍ୱପୂର୍ଣ୍ଣ ମନେକରି ଯଥାଶୀଘ୍ର ଏହି ପରିବାରଙ୍କୁ ସରକାରୀ ସହାୟତା ସହିତ ଆବାସ ଯୋଜନାରେ ଖଣ୍ଡିଏ ଘର ଯୋଗାଇ ଦେଲ ଉପକୃତ ହୋଇପାରନ୍ତା ବୋଲି ଅଞ୍ଚଳବାସୀଙ୍କ ଅକ୍ଷରୁ ଦାବି ହେଉଛି ।