ଜିଲ୍ଲା ପ୍ରେସକ୍ଲବର ୫ମ ପ୍ରତିଷ୍ଠା ଦିବସ,
ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ପ୍ରେସ ତା’ର ମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରକ୍ଷା କରି ପାରିଛି

ବୌଦ୍ଧ :ଭାରତ ଗଣତନ୍ତ୍ରରେ ସାମ୍ବାଦିକ ତା’ର କର୍ତ୍ତବ୍ୟ ପ୍ରତିପାଦନ କରି ଚତୁର୍ଥ ସ୍ତମର ମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରଖିପାରିଛି । ବ୍ୟକ୍ତିଗତ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ସମାଜକୁ ଶୃଙ୍ଖଳିତ କରିବାପାଇଁ ସବୁବର୍ଗରେ ସେତାର ଚେଷ୍ଟା ଜାରିରଖିଛି ବୋଲି ଜିଲ୍ଲା ପ୍ରେସକ୍ଳବର ୫ମ ପ୍ରତିଷ୍ଠା ଦିବସ ସମାରୋହରେ ଅତିଥି ମାନେ ମତବ୍ୟକ୍ତ କରିଛନ୍ତି । ସ୍ଥାନୀୟ ବନ୍ୟା ଆଶ୍ରୟସ୍ଥଳୀଠାରେ ଅନୁଷ୍ଠିତ ଏହି ସମାରୋହରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଆରକ୍ଷୀ ଅଧିକ୍ଷକ ଜ୍ଞାନରଂଜନ ମହାନ୍ତି, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂ ଯୋଗଦେଇ ଥିଲେ । ମୁଖ୍ୟବକ୍ତା ଭବେ ସୁବକ୍ତା ତଥା କୃଷକ ନେତା ସମ୍ବଲପୁରର ସରୋଜ କୁମାର ମହାନ୍ତି ଯୋଗ ଦେଇଥିଲେ । ଏହି ଅବସରରେ ବୌଦ୍ଧ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କୁ ଅବସରକାଳୀନ ସମର୍ଦ୍ଧନା କରାଯାଇଥିଲା । ଏହି ଅବସରରେ କ୍ଳବର ବାର୍ଷିକ ମୁଖପତ୍ର ଶାକ୍ୟସ୍ୱର ଉନ୍ମୋଚିତ ହୋଇଥିଲା । କାର୍ଯ୍ୟକ୍ରମରେ ସମ୍ୱଲପୁର, ବରଗଡ, ସୁବର୍ଣ୍ଣପୁର, ଆଠମଲ୍ଲିକ, ରେଢ଼ାଖୋଲ ଅଂଚଳରୁ ଆସିଥିବା ସାମ୍ବାଦିକ ଅନୁଷ୍ଠାନକୁ ସମ୍ବର୍ଦ୍ଧିତ କରାଯିବ ସହ ବୌଦ୍ଧର ରାଧାରାଣୀ ମହିଳା ସ୍ୱୟଂ ସହାୟକ ମହାସଂଘକୁ ମଧ୍ୟ ସମାଜ ସେବା ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା । କ୍ଳବର ସଭାପତି ବରୋଜ କୁମାର ବେହେରା କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବାବେଳେ ସାଧାରଣ ସମ୍ପାଦକ ରଘୁନାଥ ଷଡ଼ଙ୍ଗୀ ବାର୍ଷିକ ବିବରଣୀ ପାଠକରିଥିଲେ । ସଦସ୍ୟ ବାଲାଜୀ ବିଭୂରଞ୍ଜନ ତରାସିଆ ମଞ୍ଚ ପରିଚାଳନା କରିଥିବା ବେଳେ କ୍ଳବର ଉପସଭାପତି ସମରେଶ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ପ୍ରେସକ୍ଳବର ପତାକା ଉତ୍ତୋଳନ କରାଯାଇଥିଲା । କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି, ବୁଦ୍ଧିଜୀବୀ, ମହିଳା ସ୍ୱେଚ୍ଛାସେବୀ ଓ ବରିଷ୍ଠନାଗରିକ ମାନେ ଯୋଗଦେଇଥିଲେ ।

Comments (0)
Add Comment