ବିହାରୀ ମିସ୍ତ୍ରୀ ହତ୍ୟାକାଣ୍ଡର ପର୍ଦ୍ଦାଫାସ କଲା ପୁଲିସ

କଟକ: ବିଡାନାସି ଭୁଆଶୁଣି ପଠାରେ ଘଟିଥିବା ବିହାରୀ ମିସ୍ତ୍ରୀ ଆଜାଦ ଯାଦବ ହତ୍ୟାକାଣ୍ଡ ମାମଲାର ପର୍ଦ୍ଦାଫାସ କରିଛି ପୋଲିସ । ପରକିଆ ପ୍ରୀତିରୁ ହତ୍ୟା ହୋଇଥିବା ସୂଚନା ଦେଇଛନ୍ତି କଟକ ଡିସିପି । ଏହି ମାମଲାରେ ପୋଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନଙ୍କ ମଧ୍ୟରେ ରହିଛନ୍ତି ମୁଖ୍ୟ ଅଭିଯୁକ୍ତ ମୁନିଲାଲ ଶର୍ମା ଓ ତାର ସହଯୋଗୀ କୈଳାସ ଚୌଧୁରୀ । ଅନ୍ୟ ଅଭିଯୁକ୍ତ ପଙ୍କଜ ଶର୍ମା ଫେରାର ହୋଇଯାଇଛି । ମୃତ ଆଜାଦ ଫେରାର ଅଭିଯୁକ୍ତ ପଙ୍କଜ ସ୍ତ୍ରୀ ସହିତ ପରକିଆ ପ୍ରୀତି ଥିଲା । ଏହାର ପ୍ରତିଶୋଧ ନେବା ପାଇଁ ଆଜାଦକୁ ହତ୍ୟା କରିବା ପାଇଁ ପଙ୍କଜ ମୁନିଲାଲକୁ ୨୦ ହଜାର ଟଙ୍କା ଦେଇଥିଲା ।

ଫଳରେ ଗତ ମାସ ୨୫ ତାରିଖରେ କଟକ ଚାଉଳିଆଗଞ୍ଜରେ ଏକ ଭଡ଼ାଘରେ ରହୁଥିବା ମୁନିଲାଲ ଶର୍ମା ଭୁବନେଶ୍ୱର ସହିଦ ନଗର ଅଞ୍ଚଳର ବାସିନ୍ଦା ଆଜାଦକୁ କଟକ ଭୁଆସୁଣି ପଠାକୁ ଡକାଇଥିଲା । ସେଠାରେ ଉଭୟ ମଦ୍ୟପାନ କରିବା ପରେ ସୁଯୋଗ ଖୋଜି ମୁନିଲାଲ ଆଜାଦର ପେଟରେ ମଦ ବୋତଲ ଭୂଷିବା ସହ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରିଥିଲା ।ଏନେଇ ଆଜାଦର ପରିବାର ଲୋକ ସହିଦ ନଗର ଥାନାରେ ଏତଲା ଦେଇଥିଲେ । ଏହାର ଗୋଟିଏ ଦିନ ପରେ କଟକ ବିଡାନାସି ଭୁଆଶୁଣି ପଠାରେ ଆଜାଦର ମୃତଦେହ ମିଳିଥିଲା । ସମସ୍ତ ଅଭିଯୁକ୍ତ ଓ ମୃତକ ଆଜାଦ ବିହାର ବାସିନ୍ଦା ଏବଂ ସେମାନେ ଟ୍ବିନ ସିଟିରେ ରହି ରଙ୍ଗମିସ୍ତ୍ରୀ ଭାବେ କାର୍ୟ୍ୟ କରୁଥିଲେ । ସେପଟେ ଗିରଫଦାରୀ ପରେ ଦୁଇ ଅଭିଯୁକ୍ତଙ୍କୁ ଘଟଣା ସ୍ଥଳକୁ ନେଇ ସିନ ରିକ୍ରିଏସନ କରାଇଛି ପୋଲିସ ।

Comments (0)
Add Comment