ଯାଜପୁର : ଯାଜପୁର ଜିଲ୍ଲା ସ୍କୁଲରେ ସକାଳ ୬ ଘଟିକା ସମୟରୁ ସକାଳ ୭ଟା ୩୦ ମିନିଟ୍ ମଧ୍ୟରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ହୋଇଯାଇଅଛି । ଏହି ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକଆଲୋକ କୁମାର ବନ୍ଧ କହିଥିଲେ ଯେ ଯୋଗ ଦ୍ୱାରା ମନୁଷ୍ୟର ମାନସିକ, ବୌଦ୍ଧିକ,ଶାରିରୀକ ବିକାଶ ହୋଇଥାଏ । ତତ୍ ସହିତ ବିଦ୍ୟାଳୟ କମିଟି ଚେୟାରମ୍ୟାନ ଏହି ଯୋଗ ଦିବସରେ ଯୋଗଦାନ କରିଥିଲେ । ବିଦ୍ୟାଳୟର ଶାରିରୀକ ଶିକ୍ଷା ଶିକ୍ଷକ ଶଙ୍କର୍ଷଣ ବେହେରାଙ୍କ ତତ୍ତ୍ୱାବଧାନରେ ଯୋଗ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।ଏହି ବିଦ୍ୟାଳୟର ସମାରଶିକ୍ଷାର୍ଥି ବାହିନୀ, ସ୍କାଉଟ ଓ ଗାଇଡ, ବିଦ୍ୟାଳୟର ଛାତ୍ର ଛାତ୍ରୀ, ସରସ୍ୱତୀ ବିଦ୍ୟା ମନ୍ଦିର, ଯାଜପୁର ନଗରର ସମରଶିକ୍ଷାର୍ଥୀ ବାହିନୀ, ବାରୁନେଶ୍ୱର ଉଚ୍ଚ ବିଦ୍ୟାଳୟର ସମରସିକ୍ଷାର୍ଥୀ ବାହିନୀ ଯୋଗଦାନ କରିଥିଲେ । ଏହି ଯୋଗ କାର୍ଯ୍ୟକ୍ରମକୁ ନିରଞ୍ଜନ ସାମଲ,ଦେବେନ୍ଦ୍ରନାଥ ସାହୁ ,ପୂର୍ଣ୍ଣ ଚନ୍ଦ୍ର ପାତ୍ର ସହଯୋଗ କରିଥିଲେ ।