ସହିଦଙ୍କ ସ୍ମୃତିରେ ଟିମ ହ୍ୟୁମାନିଟି ପକ୍ଷରୁ ରକ୍ତଦାନ ଶିବିର ଓ କ୍ୟାଣ୍ଡେଲ ଶୋଭାଯାତ୍ରା

ଫୁଲବାଣୀ :ଫୁଲବାଣୀର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଟିମ ହୁମାନିଟି ପକ୍ଷରୁ ସ୍ଥାନୀୟ ରକ୍ତ ଭଣ୍ଡାର ଠାରେ ପୁଲୱାମା ଆକ୍ରମଣର ୨ ବର୍ଷ ପୂର୍ତ୍ତି ଅବସରରେ ଦେଶର ସହିଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦେଶ୍ୟରେ ଗତବର୍ଷ ପରି ଏହି ବର୍ଷ ମଧ୍ୟ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା ।
ଟିମ ହୁମାନିଟିର ମୁଖ୍ୟ ପରାମର୍ଶଦାତା ରମେଶ ମହାନ୍ତି, ଭି. ଲୋକ ନାଥ ରାଜୁ ପ୍ରମୁଖଙ୍କ ନେତୃତ୍ୱରେ ଏହି ରକ୍ତ ଦାନ ଶିବିରରେ ପାଖାପାଖି ଶହେ ପଚାଶରୁ ଉଦ୍ଧ୍ୱର୍ ଯୁବକଯୁବତୀ ସ୍ୱେଚ୍ଛାକୃତ ରକ୍ତଦାନ କରିଥିଲେ ।

ବିଶେଷ କରି ମହିଳାମାନେ ଓ ନୂଆ ରକ୍ତଦାତାମାନେ ଆଗ୍ରହର ସହ ରକ୍ତ ଦାନ କରିଥିଲେ ।
ଏଥିରେ ରକ୍ତ ଭଣ୍ଡାର ଡାକ୍ତର, କର୍ମଚାରୀ ଆନ୍ତରିକତାର ସହ ସହଯୋଗ କରିଥିଲେ । ସେହିପରି ସନ୍ଧ୍ୟାରେ ସହୀଦ ମାନଙ୍କ ସ୍ମୃତିରେ ଫେବୃଆରୀ ୧୪ ଦିନଟି ସାରା ଦେଶ ଭାଲେଣ୍ଟାଇନ ଡେ ପାଳୁଥିବା ବେଳେ ଯବାନ ମାନଙ୍କ ସ୍ମୁତିରେ ଟିମ୍‌ ହ୍ୟୁମାନିଟି କନ୍ଧମାଳ ପରିବାର ତରଫରୁ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା କରିବା ସହିତ ପେଟ୍ରୋଲ ପମ୍ପ ଛକ ଠାରେ ଦୀପଦାନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।

Comments (0)
Add Comment