ଫୁଲବାଣୀ,୧/୧୨:ଗତ ରଵିବାର ରାତ୍ର 8 ଘଣ୍ଟା ସମୟରେ କନ୍ଧମାଳ ଜିଲ୍ଲା ଓଡିଶା ଟୁ ଡେ ର ଵିରୋଚିଫଙ୍କୁ କିଛି ଅସାଧୁ ଯୁଵକ ମଦ୍ୟ ପାନ କରି ନିଶାସକ୍ତ ଅବସ୍ଥାରେ ଆସି ଆକ୍ରମଣ କରିଥିଲେ ସୂଚନା ଅନୁଯାୟୀ ଗତ କିଛି ଦିନ ତଳେ ସୁଡ୍ରୁକୁମ୍ପା ଗ୍ରାମପଞ୍ଚାୟତ ର ନେଡିଗୁଡା ଗାମର ଭାଗିରଥୀ ବେହେରାଙ୍କ ମୃତ ଶରୀର କୁ ରାସ୍ତା ଉପରେ ରଖି ଅବରୋଧ କରିଥିଲେ ଗ୍ରାମ ଵାସୀ ଏହାର ଖବର ସଂଗ୍ରହ କରିବା ପାଇଁ ପ୍ରତ୍ୟେକ ଗଣମାଧ୍ୟମ ପ୍ରତିନିଧି ମଧ୍ୟ ଯାଇଥିଲେ ତଥା ଜିଲ୍ଲା ପ୍ରଶାସନ ପକ୍ଷରୁ ଖଜୁରୀପଡା ବ୍ଲକ ଵିଡିଓ ଓ ବ୍ଲକ ଅଧ୍ୟକ୍ଷ ଏବଂ ଫୁଲଵାଣୀ ସଦର ଏସଡ଼ି ପି ଓ ମହେନ୍ଦ୍ର ନାଥ ମୁର୍ମୁ ମଧ୍ୟ ଯାଇଥିଲେ ଏବଂ ଲୋକମାନକୁଂ ଵୁଝାସୁଝା କରିବାପରେ ଆନ୍ଦୋଳନ କାରି ରାସ୍ତା ରୁ ହଟିଥିଲେ । ପ୍ରତିଶୃତି ମଧ୍ୟ ଦେଇଥିଲେ ଜିଲ୍ଲା ପ୍ରଶାସନ ପକ୍ଷରୁ ମୃତ ପରିବାର କୁ ସଵୁ ସହଯୋଗ ପ୍ରଶାସନ ପକ୍ଷରୁ ମିଳିବ ଵୋଲି । ଗତକାଲିର ଘଟଣା ମୃତ ଭାଗିରଥୀଙ୍କୁ ନେଇ ଗଣମାଧ୍ୟମ ପ୍ରତିନିଧିଙ୍କୁ ନିଶାସକ୍ତ ଅବସ୍ଥାରେ ପ୍ରଶ୍ନ ପଚାରିବା ସହ ଯେ ଭାଗିରଥୀଙ୍କୁ କିଛି ସହଯୋଗ ମିଳିଲା ନାହିଁ କାହିଁକି ଏ ନେଇ ଗଣମାଧ୍ୟମ ପ୍ରତିନିଧି ଓଡିଶା ଟୁ ଡେ ର ଵିରୋଚିଫ ଅଶୋକ ମିଶ୍ର ଉତର ଦେଇଥିଲେ ଯେ ଆପଣ ମାନେ ଜିଲ୍ଲା ପ୍ରଶାସନ ପାଖକୁ ଯାଇ ନିଜର ଦୁଃଖ ଶୁଣାନ୍ତୁ ଯଦି ଜିଲ୍ଲା ପ୍ରଶାସନ ନ ସୁଣିଲେ ତେଵେ ଆମେ ଆପଣଙ୍କ ସମସ୍ୟା ଖବର କୁ ପରିଵେସଣ କରିବୁ ଏତିକି କହିବାପରେ ଜିଲ୍ଲା ପ୍ରତିନିଧି ଜଣଙ୍କୁ ମଦ୍ୟ ପାନ କରିଥିବା ଚନ୍ଦନ ଵେହେରା ଏଵଂ ଗଣେଶ ପ।ଲାଟା ନାମକ ବ୍ୟକ୍ତି ଖଲିଆ ବନ୍ଦ ସ୍ଥିତ ପୋଲିସ ଉପସ୍ଥିତ ରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ କରିବା ପାଇଁ ପଛେଇନଥିଲେ ସେ ସଵୁ ପୋଲିସ ଦେଖି ମଧ୍ୟ ଚୁପ୍ ହୋଇ ପଳାଇଯାଇଥିଲେ। ତେବେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ ଘଟଣା ସାରା ଜିଲ୍ଲା ରେ ନିନ୍ଦନୀୟ ଵୋଲି ଅଞ୍ଚଳବାସୀ କହୁଛନ୍ତି ।ଏନେଇ ଫୁଲବାଣୀ ଟାଉନ ଥାନାରେ ଜିଲ୍ଲା ପ୍ରତିନିଧି ଜଣକ ଥାନା ରେ ଏଫ ଆଇ ଆର ଦେବା ପରେ ଥାନା ଅଧିକାରୀ ୧୫୧/୨୦ରେ ମାମଲା ରଜୁ କରି ତଦନ୍ତ ଚଳାଇଛନ୍ତି।