ଘୁ ଉଦୟଗିରି : ଅନ୍ତରଙ୍ଗ ଯୁବ ମହାସଂଘ ଓ ପ୍ରଦାତ୍ତା କନ୍ଧମାଳ ପକ୍ଷରୁ ପିକରଡି ପଞ୍ଚାୟତର ଖେଳ ପଡ଼ିଆରେ ଆନ୍ତର୍ଜାତୀୟ ସୁଖ ଦିବସ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ୩୦ ଜଣରୁ ଉର୍ଦ୍ଧ ମହିଳାମାନେ ଯୋଗ ଦେଇଥିଲେ । ପ୍ରତ୍ୟେକ ଦିନ ସମାଜରେ ମଣିଷକୁ ସୁଖ, ଶାନ୍ତି ଏବଂ ଖୁସିର ଆବଶ୍ୟକତା ଥିବା ବେଳେ ବହୁତ୍ ସମୟରେ ମଣିଷ ଆଶାନ୍ତିରେ ମଧ୍ୟ ଗତି କରିଥାଏ । ନିଜର ସୁଖ ଦିବସକୁ ଉପଭୋଗ କରିବା ସହିତ ମଣିଷ ଏକ ସୁଖ ଦିବସକୁ ପାଳନ କରିବା ପାଇଁ ସାରା ବିଶ୍ୱରେ ଆନ୍ତର୍ଜାତୀୟ ସୁଖ ଦିବସ ପାଳିତ ହେଉଥିବା ବେଳେ ଟିକାବାଲି ବ୍ଲକର ମହିଳା ମାନେ ମଧ୍ୟ ନିଜର ଦୁଃଖକୁ ପରସ୍ପର ମଧ୍ୟରେ ବାଣ୍ଟି ଆଜି ଖୁସିରେ ଥିବା ବ୍ୟକ୍ତ କରିଛନ୍ତି ।
ସମାଜରେ ମହିଳା ମାନେ ଶିକ୍ଷିତ, ସୁସ୍ଥ, ସୁଖ ଓ ଶାନ୍ତିରେ ରହିଲେ ପାରିବାରିକ ତଥା ସମାଜରେ ପ୍ରଗତି ଆସିବ ଏବଂ ସମାଜରେ ମହିଳାଙ୍କ ସମସ୍ୟାର ସମାଧାନ ପାଇଁ ପ୍ରତ୍ୟେକ ଆବଶ୍ୟକତା ପୂରଣ ହେଲେ ସମାଜରେ ନିଶ୍ଚିତ ଭାବେ ସୁଖ ଓ ସମୃଦ୍ଧିର ସମାଜ ଗଠନ ହୋଇପାରିବ ବୋଲି ଅନ୍ତରଙ୍ଗ ଯୁବ ମହାସଂଘର ସମ୍ପାଦକ ହୃଷିକେଶ ପ୍ରଧାନ ବକ୍ତବ୍ୟରେ କହିଥିଲେ । ସରକାରୀ ବ୍ୟବସ୍ଥା ସହ ସାମାଜିକ ପ୍ରାଣୀର ବିଭିନ୍ନ ଆବଶ୍ୟକତା ପୂରଣ ସହିତ ଅତି ଗୁରୁତ୍ୱପୂର୍ଣ୍ଣ ବୋଲି ବାଲ୍ୟ ବିବାହ ପ୍ରତିରୋଧ ମଞ୍ଚର ସମ୍ପାଦିକା ବିଷ୍ଣୁପ୍ରିୟା ପ୍ରଧାନ କହିଥିଲେ । ଚଳିତ ବର୍ଷ ପାଇଁ ଜାତିସଂଘରେ ଆନ୍ତର୍ଜାତୀୟ ସୁଖ ଦିବସ ପାଇଁ “ଶାନ୍ତି ରୁହ, ଜ୍ଞାନୀ ରୁହ ଏବଂ ଦୟାଳୁ ହୁଅ’ କୁ ଆଲୋଚନା କରିବା ସହିତ ସମାଜରେ ବାଲ୍ୟ ବିବାହ ଭଳି କୁସଂସ୍କାର ଦୂର କରିବା, ସମାନତା ଅଧିକାର ପ୍ରତି ଅବଗତ ହେବା ଓ ଜଳବାୟୁ ପରିବର୍ତ୍ତନ ପାଇଁ ଗ୍ରୀଷ୍ମପ୍ରବାହ ଜନିତ ଅଂଶୁଘାତ ରୋଗର ମୁକାବିଲା କରିବା, ଜଙ୍ଗଲକୁ ନିଆ ଦାଉରୁ ରକ୍ଷା କରିବା ଏବଂ ଗାଁରେ ସମସ୍ତଙ୍କୁ ଏଥିପ୍ରତି ସଚେତନ କରେଇବା ଇତ୍ୟାଦି ଉପରେ ଆଲୋଚନା କରାଯାଇଥିଲା । ଅନୁଷ୍ଠାନର ମନାଲିଶା ଏବଂ ଗାଁର ସୁନୀତା ଏବଂ ରେଣୁକା ସହଯୋଗ କରିବା ପାଇଁ ନେତୃତ୍ୱ ନେଇଥିଲେ ।