କଠୋର ଜନସଂଖ୍ୟା ନିୟନ୍ତ୍ରଣ ଆଇନ ପାଇଁ ସୁବର୍ଣ୍ଣପୁର ଜିଲ୍ଲାରେ ଦସ୍ତଖତ ଅଭିଯାନ ଆରମ୍ଭ

ସୁବର୍ଣ୍ଣପୁର: ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ସୁବର୍ଣ୍ଣପୁର ଜିଲ୍ଲା ଶାଖା ତରଫରୁ ସ୍ଥାନୀୟ ବ୍ଲକ ଛକଠାରେ ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି କେଦାର ଦାଶ ଓ କେନ୍ଦ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟା ଶ୍ରଦ୍ଧାଞ୍ଜଳି ମିଶ୍ର, ଫାଉଣ୍ଡେସନର ଆଇନ ପରାମର୍ଶଦାତା ବରିଷ୍ଠ ଓକିଲ ବଳଦେବ ପ୍ରସାଦ ବେଦବାକ ପ୍ରମୁଖ ସାମ୍ବାଦିକମାନଙ୍କୁ ସମ୍ବୋଧନ କରିଥିଲେ । ସାରା ପୃଥିବୀର ଅଧିକାଂଶ ଦେଶରେ ବର୍ତ୍ତମାନ ନାରୀର ହିଜାବ ବିରୋଧରେ ଆନ୍ଦୋଳନ ବର୍ତ୍ତମାନ ଇରାକ, ଇରାନ, ଆଫଗାନିସ୍ଥାନ, ପାକିସ୍ଥାନ, ଚାଇନା ଓ ପଶ୍ଚିମ ଦେଶ ଗୁଡିକରେ ଜୋର୍‌ ଧରିଲାଣି । ମାତ୍ର ଭାରତରେ ଆଂଶିକ ଭାବରେ ହିଜାବ ସପକ୍ଷରେ ଆନ୍ଦୋଳନ ଚାଲିଛି । କିନ୍ତୁ ସମୟ ଆସିବ ବହୁତ୍‌ ଶୀଘ୍ର ହିଜାବ ବିରୋଧରେ ଭାରତୀୟ ମହିଳା ଆନ୍ଦୋଳନ କରିବେ । ଆଫଗାନିସ୍ତାନ ଭଳି ବ୍ୟବସ୍ଥା ଭାରତରେ ବହୁତ୍‌ ଶୀଘ୍ର ଅନୁଭୂତ ହେବ ।
ଆମ ଦେଶରେ ପ୍ରତ୍ୟେକ ଦିନ ୬୮ ହଜାର ସୁସ୍ଥ ନବଜାତ ଶିଶୁ ଜନ୍ମ ନିଅନ୍ତି , ଅର୍ଥାତ୍‌ ଆମେ ଗୋଟିଏ ବର୍ଷରେ ଅଷ୍ଟ୍ରେଲିଆର ଜନସଂଖ୍ୟା ସହିତ ସମାନ ଲୋକସଂଖ୍ୟା ତିଆରି କରୁଛୁ । ମାତ୍ର ଭାରତର ସୀମା ବୃଦ୍ଧି ହେଉ ନାହିଁ । ଫଳରେ ଆମ ଦେଶରେ ଜଙ୍ଗଲ, ଚାଷ ଜମି ସମେତ ସଂରକ୍ଷିତ ଜମି ପ୍ରତ୍ୟେକ ମୁହୂର୍ତ୍ତରେ କମି କମି ଯାଉଛି ।
ଯାହା ଫଳରେ ଆମେ ପରିବେଶ,ଜଳବାୟୁ ,ଶିକ୍ଷା ,ସ୍ୱାସ୍ଥ୍ୟ, ଗମନାଗମନରେ ବ୍ୟାପକ ଅସନ୍ତୁଳନକୁ ସାମ୍ନା କରୁଛୁ ।
ଆମ ଦେଶରେ ପ୍ରତ୍ୟେକ ଦିନ ଜନ୍ମ ନେଉଥିବା ପିଲାଙ୍କ ମଧ୍ୟରୁ ହିନ୍ଦୁ ଶିଶୁମାନଙ୍କ ସଂଖ୍ୟା ହେଉଛି ମାତ୍ର ୩ହଜାର ୭ଶହ । ମାତ୍ର ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ଦେଶର ଜନସଂଖ୍ୟାର ମାତ୍ର କୋଡ଼ିଏ ପ୍ରତିଶତ ଥିବା ବେଳେ ସେମାନେ ପ୍ରତ୍ୟେକ ଦିନ ୫୩ହଜାର ୭୦୦ରୁ ଅଧିକ ପିଲା ଜନ୍ମ ଦେଉଛନ୍ତି ଅର୍ଥାତ୍‌ ଉପଯୁକ୍ତ ଜନ୍ମ ନିୟନ୍ତ୍ରଣ ଅଭାବରୁ ଆମ ଦେଶ ବହୁତ୍‌ ଶୀଘ୍ର ଧାର୍ମିକ ସନ୍ତୁଳନ ହରାଇବ । ଆସନ୍ତା କୋଡ଼ିଏ ବର୍ଷ ମଧ୍ୟରେ ଭାରତ ବର୍ଷରେ ହିନ୍ଦୁ ଧର୍ମାବଲମ୍ବୀ ସଂଖ୍ୟାଲଘୁ ହୋଇଯିବେ । ଆମେ ପ୍ରତ୍ୟେକ ମୁହୂର୍ତ୍ତରେ ଗୋଟିଏ ଅଲୌକିକ ଷଡ଼ଯନ୍ତ୍ରର ଶିକାର ହୋଇଚାଲିଛୁ । ଏଭଳି ଜ୍ୟାମିତିକ ହାରରେ ବୃଦ୍ଧି ପାଉଥିବା ଜନସଂଖ୍ୟାକୁ ନିୟନ୍ତ୍ରଣ କରା ନ ଗଲେ ଆଗାମୀ ଦିନରେ ଭାରତ ଏକ ଭୟଙ୍କର ଗୃହ ଯୁଦ୍ଧର ସମ୍ମୁଖିନ ହେବ । ଭାରତର ସର୍ବପୁରାତନ ସଭ୍ୟତା ଧ୍ୱଂସ ପାଇଯିବ । ନିଜ ଦେଶରେ ପ୍ରକୃତ ଭାରତୀୟଟି ଅନାଥ ହୋଇ ନିର୍ଯାତନାର ଶିକାର ହେବ ।
ଏସବୁ ସମସ୍ୟାର ଏକମାତ୍ର ସମାଧାନ ହେଉଛି ଜନ୍ମ ନିୟନ୍ତ୍ରଣ ଆଇନକୁ ବାଧ୍ୟତାମୂଳକ କରିବା ଓ ଜାତି, ବର୍ଣ୍ଣ, ଧର୍ମ ନିର୍ବିଶେଷରେ ଶୃଙ୍ଖଳିତ ଭାବେ କାର୍ଯ୍ୟକାରୀ କରିବା । ଦେଶରେ ରହି ଥିବା ଅଶି ପ୍ରତିଶତ ସମ୍ପ୍ରଦାୟ ବର୍ତ୍ତମାନ ସଚେତନ ହୋଇ ଜନ୍ମ ନିୟନ୍ତ୍ରଣ କରୁଛନ୍ତି ।ମାତ୍ର ଅବଶିଷ୍ଟ କୋଡ଼ିଏ ପ୍ରତିଶତ ଲୋକେ, ପିଲା ଜନ୍ମକୁ ବ୍ୟବସାୟରେ ପରିଣତ କରିଛନ୍ତି ।ଜଣେ ଜଣେ ଲୋକ ଦଶ ଏଗାର ପିଲା ଜନ୍ମ କରି ଦେଶର ପ୍ରଗତି ପ୍ରତି ଭୟାଭୟ ପରିସ୍ଥିତି ସୃଷ୍ଟି କରିବାରେ ଲାଗିଛନ୍ତି ।

Comments (0)
Add Comment