ଅସହାୟ ରୋଗୀ ସୁଶୀଳାଙ୍କୁ ସହାୟତା ଦାବି

ଖପ୍ରାଖୋଲ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ସଦର ମହକୁମା ମହୁରୁଣ୍ଡି ଗ୍ରାମର ସୁଶୀଳା ଭୋଇ(୪୦) ଦୀର୍ଘ ୩ ବର୍ଷରୁ ଅଧିକ ହେବ ଏକ ଅଜଣା ରୋଗରେ ପୀଡିତ ହୋଇ ଅସହାୟ ଅବସ୍ଥାରେ ପଡ଼ିରହିଛନ୍ତି । ସୁଶୀଳାଙ୍କ ଦୁଇଟି ପୁତ୍ର ୫ ବର୍ଷ ହେବ ଦେହାନ୍ତ ହେବା ଏବେ ତାଙ୍କ ସ୍ୱାମୀ ନିଲମ୍ବର ଭୋଇଙ୍କୁ ଛାଡ଼ି ଆଉ କେହି ନଥିବାରୁ ଶଯ୍ୟାସାୟୀ ହୋଇ ଘରେ ରହୁଛନ୍ତି । ଏବେ ରୋଗାକ୍ରାନ୍ତ ଯୋଗୁଁ ପେଟ ଓ ଗୋଡ଼ ଫୁଲି ଯାଇଥିବାରୁ ଠିକ୍‌ ଭାବରେ ଚଲାବୁଲା କରିପାରୁନାହାନ୍ତି । ଚିକିତ୍ସା ପାଇଁ ସମ୍ପର୍କୀୟ ମାନେ ସହାୟତା କରି କଣ୍ଟାବାଞ୍ଜି ଚିକିତ୍ସାଲୟ ଓ ବଲାଙ୍ଗୀର ନେଇଥିବା ବେଳେ ଅର୍ଥାଭାବ ପାଇଁ ଚିକିତ୍ସା ରୁ ବଞ୍ଚିତ ରହିଛନ୍ତି । ତାଙ୍କ ବ୍ୟକ୍ତିଗତ ଘର ଦ୍ୱାର ଅଛି ହେଲେ ରାସନ କାର୍ଡ ନଥିବାରୁ ତାଙ୍କୁ ହେଲଥ କାର୍ଡ ମିଳିନାହିଁ । ରୋଗକୁ ନିୟନ୍ତ୍ରଣ କରିବା ପାଇଁ ଡାକ୍ତର ଔଷଧ ଲେଖିଥିବା ବେଳେ ଅର୍ଥାଭାବ ଯୋଗୁଁ ଔଷଧ କିଣି ପାରୁନଥିବା ଜଣାପଡିଛି । ଅସହାୟ ଅବସ୍ଥାରେ ଘରେ ପଡ଼ିଥିବାରୁ ଭତ୍ତା ଖଣ୍ଡିକ ପାଇଁ ପଞ୍ଚାୟତରୁ ବ୍ଲକ ପ୍ରଶାସନରର ଅଧିକାରୀଙ୍କୁ ୧ ବର୍ଷରୁ ଅଧିକ ହେବ ଜଣାଇଥିଲେ ମଧ୍ୟ ଭତ୍ତା ପାଇବାରୁ ବଞ୍ଚିତ ରହିଥିବା ଅଭିଯୋଗ କରିଛନ୍ତି । ଏନେଇ ଜିଲ୍ଲା ପ୍ରଶାସନ ଧ୍ୟାନ ଦେଇ ଆବଶ୍ୟକ ପଦକ୍ଷେପ ନେଇ ଅସହାୟ ସୁଶୀଳାଙ୍କୁ ଆବଶ୍ୟକ ସରକାରୀ ସହାୟତା ସହ ରାସନ କାର୍ଡ, ହେଲଥ କାର୍ଡ ଓ ଭତ୍ତା ଯୋଗାଇ ଦେବା ପାଇଁ ମହୁରୁଣ୍ଡି ଗ୍ରାମର ଜନସାଧାରଣ ଦାବି କରିଛନ୍ତି ।

Comments (0)
Add Comment