ଅଷ୍ଟମ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଫୁଲବାଣୀ ପରିସରରେ ଯୋଗ ମହୋତ୍ସବ ସମିତି ଫୁଲବାଣୀ ଏବଂ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଫୁଲବାଣୀଙ୍କ ମିଲିତ ଆନୁକୂଲ୍ୟରେ ଅଷ୍ଟମ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଡ଼ଃ ଭବାନୀ ଶଙ୍କର ପାଳ ଜିଲ୍ଲା ଆୟୁର୍ବେଦିକ ଚିକିତ୍ସା ଅଧିକାରୀ କନ୍ଧମାଳ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ବ କରିଥିଲେ ।ଏଥିରେ କନ୍ଧମାଳ ଜିଲ୍ଲା ସଙ୍ଘ ଚାଳକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ସାହୁ,ସହ ଜିଲ୍ଲା କାର୍ଯ୍ୟବାହ ନିରଞ୍ଜନ ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସଂଯୋଜକ ଗୌର ଚନ୍ଦ୍ର ନାୟକ,ଶିଶୁ ମନ୍ଦିରର ଯୋଗ ଶିକ୍ଷକ ସୁଜିତ କୁମାର ପ୍ରଧାନ ପ୍ରଧାନ, ସାମୁହିକ ଭାବରେ ସାଧାରଣ ଯୋଗ ଅଭ୍ୟାସ କ୍ରମ ପରିଚାଳନା କରିଥିଲେ । ଉକ୍ତ ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟ ରାଜେନ୍ଦ୍ର କୁମାର ପାଢ଼ୀଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ସଂଯୋଜନା କରାଯାଇଥିଲା । ଜିଲ୍ଲା ସଂଯୋଜକ କୁନୁ ଭୋଇଙ୍କ ଦ୍ୱାରା ଅତିଥି ପରିଚୟ ପ୍ରଦାନ କରାଯାଇଥିବା ବେଳେ ନଗର କାର୍ଯ୍ୟବାହ ଶେଷଦେବ ସାହୁଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଫୁଲବାଣୀ ନଗରର ଶତାଧିକ ଯୋଗ ପ୍ରେମୀ, ଶୁଭେଚ୍ଛୁ, ସ୍ୱୟଂ ସେବକ ତଥା ଶିଶୁ ମନ୍ଦିରର ଶିଶୁ, ଅଭିଭାବକ, ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟାମାନେ ଅଂଶ ଗ୍ରହଣ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

Comments (0)
Add Comment