ଭୁବନେଶ୍ୱର : ରାଜଧାନୀରେ ବଡ଼ ଧରଣର ଲୁଟ୍ । ଲୁଟିନେଲେ ସୁନା ଓ ଟଙ୍କା। ପ୍ରାୟ ଦୁଇ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସୁନା ଗହଣା , କ୍ୟାସ, ଦାମୀ ଘଣ୍ଟା , ହୀରା ଖଚିତ ବ୍ରେସଲେଟ ଲୁଟି ନେଇଛନ୍ତି ଲୁଟେରା । ଲୁଟ୍ ସହ ଘରେ ଲାଗିଥିବା ସିିସିଟିଭିର ହାର୍ଡଡିସ୍କକୁ ନେଇଯାଇଛନ୍ତି ଲୁଟେରା । ଗତକାଲି ରାତି ୧୦ ରୁ ୧୧ ଟା ଭିତରେ ହୋଇଛି ଲୁଟ୍ ।ଘଟଣାସ୍ଥଳରେ ଲକ୍ଷ୍ମୀସାଗର ପୁଲିସ ପହଞ୍ଚି ଛାନଭିନ ଆରମ୍ଭ କରିିଛି।
ସୂଚନା ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ଲକ୍ଷ୍ମୀସାଗର ଅଞ୍ଚଳରେ ବିଲ୍ଡର ପ୍ରୀତମ ଜେନାଙ୍କ ଘରେ କଳାକନା ବୁଲାଇଛନ୍ତି ଲୁଟେରା । ଘର କବାଟ ଭାଙ୍ଗି ପ୍ରବେଶ କରିଥିଲେ। ପରେ ଆଲମିରାକୁ ତାଡ଼ି ସୁନା ଗହଣା , କ୍ୟାସ, ଦାମୀ ଘଣ୍ଟା , ହୀରା ଖଚିତ ବ୍ରେସଲେଟ ଲୁଟ କରି ନେଇଛନ୍ତି।ଖାଲି ସେତିକି ନୁହେଁ ଲୁଟର କିଛି ସୁରକ ଛାଡ଼ି ନାହାନ୍ତି। ଗଲା ବେଳେକୁ ସାଙ୍ଗରେ ସିିସିଟିଭ ହାର୍ଡଡିସ୍କ ମଧ୍ୟ ଲୁଟି ନେଇଛନ୍ତି। ତେବେ କମିଶନରେଟ୍ ପୁଲିସ ଏତେ ପ୍ରହରା ସତ୍ତେ୍ବ କିପରି ଭାବେ ଲୁଟ ହେଉଛି ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି।