ବୌଦ୍ଧ, ୮/୪: ବୌଦ୍ଧ ଜିଲ୍ଲା ଷ୍ଟାଡିଅମ ଠାରେ ଗତକାଲିଠାରୁ ଆରମ୍ଭ ହୋଇଥିବା ମୁଖ୍ୟମନ୍ତ୍ରୀ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଣ୍ଟ ର ଆଜି ଦ୍ୱିତୀୟ ଦିନର ମ୍ୟାଚ ଏମଏମୱାଇସି ମାଉଳିସିଙ୍ଗା ଓ ଜିଏମସି ନୂଆସାହି ବୌଦ୍ଧ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମାଉଳିସିଙ୍ଗା ଦଳ ୮-୦ ଗୋଲ୍ରେ ବିଜୟୀ ହୋଇଛି । ଆଜିର ମ୍ୟାଚରେ ଅତିଥିଭାବେ ନାଗରିକ କମିଟି ସଂପାଦକ ବିଶ୍ୱେଶ୍ୱର ପୃଷ୍ଟି , ଜିଲ୍ଲା କ୍ରୀଡା ଅଧିକାରୀ ସୁଦାମ କୁମାର ସ୍ୱାଇଁ, ମ୍ୟାଚ କମିଶନର ଲମ୍ବୋଦର ପୁରୋହିତ ଯୋଗଦେଇ ଖେଳାଳୀ ମାନଙ୍କ ସହିତ ହାତ ମିଳାଇ ଉତ୍ସାହିତ କରିଥିଲେ । ଆଜିର ମ୍ୟାଚକୁ ମୁଖ୍ୟ ରେଫରୀ ଭାବେ ଚନ୍ଦନ ମହାରଣା ପରିଚାଳନା କରିଥିବାବେଳେ ଲାଇନରେ ବଳରାମ ବେହେରା ଓ ସୂର୍ଯ୍ୟକାନ୍ତ ବେହେରା ସହାୟତା କରିଥିଲେ । ସେହିପରି ଚତୁର୍ଥ ରେଫରୀ ଭାବେ ପ୍ରମୋଦ ବେହେରା ଖେଳ ପରିଚାଳନା କରିଥିଲେ । ଆସନ୍ତାକାଲି ଯୋଗୀନ୍ଦ୍ର ଦେବ ହାଇସ୍କୁଲ ବୌଦ୍ଧ ଓ ବିଏସ୍ଏସ୍ଏ ବୌଦ୍ଧ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ । ସୂଚନାଯୋଗ୍ୟ ୧୫ ବର୍ଷରୁ କମ୍ ବାଳକ ବିଭାଗର ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟ ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବସେବା ବିଭାଗ, ଫୁଟବଲ୍ ଆସୋସିଏସନ ଓ ଜିଲ୍ଲା ପ୍ରଶାସନର ମିଳିତ ଆୟୋଜନରେ ଅନୁଷ୍ଠିତ ହେଉଛି ।
ବୌଦ୍ଧ:ମୁଖ୍ୟମନ୍ତ୍ରୀ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଣ୍ଟ, ଦ୍ୱିତୀୟ ଦିନରେ ଏମ୍ଏମ୍ୱାଇସି ମାଉଳିସିଙ୍ଗା ୮-୦ ଗୋଲ୍ରେ ବିଜୟୀ
