ବନାନୀ କଳା ସଙ୍ଗମ ବୈଠକ

ଫୁଲବାଣୀ -କନ୍ଧମାଳ ଜିଲ୍ଲାର ସଦର ମହକୁମା ଫୁଲବାଣୀ ସ୍ଥିତ ଜିଲ୍ଲା ପ୍ରେସକ୍ଲବ ଠାରେ ଜିଲ୍ଲାର ଏକ ଅଗ୍ରଣୀ କଳା ଓ ସଂସ୍କୃତି ଅନୁଷ୍ଠାନ ବନାନୀ କଳା ସଙ୍ଗମର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ବରିଷ୍ଠ ସାମ୍ବାଦିକ ତଥା ବନାନୀ କଳା ସଙ୍ଗମର ସାଧାରଣ ସମ୍ପାଦକ ଡ଼ଃ. ଅରୂପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲାରେ କଳାଓ ସଂସ୍କୃତିର ପୁନରୁଦ୍ଧାର କରିବା ନିମନ୍ତେ ଉପସ୍ଥିତ ସଦସ୍ୟ ମାନେ ମତ ବ୍ୟକ୍ତ କରିଥିଲେ । ନାଟ୍ୟ କଳାର ପ୍ରଚାର ଓ ପ୍ରସାର କରି ଆସୁଥିବା ଏହି ୩୮ ବର୍ଷର ଅନୁଷ୍ଠାନ ପକ୍ଷରୁ ଅତିଶୀଘ୍ର ଏକ ସାମାଜିକ ନାଟକ ପରିବେଷଣ କରିବା ସହ ହାଇସ୍କୁଲ ସ୍ତରୀୟ ଏକ କ୍ଷୁଦ୍ର ନାଟକ ପ୍ରତିଯୋଗିତା ଓ ସ୍ୱଳ୍ପ ମିଆଦୀ ନାଟ୍ୟ ତାଲିମ କାର୍ଯ୍ୟକ୍ରମ କରାଯିବା ଲାଗି ନିଷ୍ପତି ହୋଇଥିଲା । ଅତିଶୀଘ୍ର ବୈଠକ ଡକାଯାଇ ଏ ସମ୍ପର୍କରେ ନିଷ୍ପତି ନିଆଯିବା ସହିତ ନୂତନ କଳାକାର ଓ ବିଭିନ୍ନ କଳା ସଂସ୍କୃତି ପ୍ରତିଭା ସମ୍ପନ୍ନ ଯୁବକ ଯୁବତୀ ମାନକୁ ଏହି ମଞ୍ଚରେ ସାମିଲ କରାଯାଇ ଆଗାମୀ ଦିନରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ତ୍ୱରାନ୍ୱିତ କରାଯିବା ପାଇଁ ଆଜିର ଜରୁରୀ ବୈଠକରେ ନିଷ୍ପତି ନିଆଯାଇଥିଲା । ଏହି ବୈଠକରେ ବରିଷ୍ଠ ସାମ୍ବାଦିକ ନାରାୟଣ ସାହୁ, ସୁନୀଲ ପଟ୍ଟନାୟକ, ଆଦିତ୍ୟ ପ୍ରସାଦ ତ୍ରିପାଠୀ ରମେଶ ଚନ୍ଦ୍ର ପ୍ରଧାନ, ଶିବ ନାୟକ, ପ୍ରଶାନ୍ତ ଜେନା, ଅଚ୍ୟୁତାନନ୍ଦ ସେଠି, ରୋଟାରୀଆନ ପ୍ରସନ୍ନ କୁମାର ପଣ୍ଡା, ଜିଲ୍ଲା ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷ ଅଶୋକ କୁମାର ବେହେରା, ଲଳିତ ମଲିକ, ତ୍ରୀନାଥମାଝିଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।

Comments (0)
Add Comment