ଜିଲ୍ଲାସ୍ତରୀୟ ଜାତୀୟ କ୍ରୀଡା ଦିବସ ପାଳିତ

ପାରଳାଖେମୁଣ୍ଡି : ଜିଲ୍ଲା ସ୍ତରୀୟ ଜାତୀୟ କ୍ରୀଡା ଦିବସ ପାଳନ ଅବସରରେ ଜିଲ୍ଲା ପାଳ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ଏହି ଜାତୀୟ କ୍ରୀଡ଼ା ଦିବସ ହକିର ଯାଦୁଗର ଧ୍ୟାନଚାନ୍ଦଙ୍କର ଜନ୍ମ ବାର୍ଷିକୀ ଅବସରରେ ସାରା ଦେଶ ଜାତୀୟ କ୍ରୀଡା ଦିବସ ପାଳନ କରୁଛି । ଏହି ଅବସରରେ ଗଜପତି ଷ୍ଟାଡିୟମ ପରିସରରେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଧ୍ୟାନଚାନ୍ଦଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ କ୍ରୀଡ଼ା କ୍ଷେତ୍ରରେ ଆମ ଜିଲ୍ଲାର ଖେଳାଳୀମାନଙ୍କ ଦକ୍ଷତାର ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା କ୍ରୀଡା ବିଭାଗ ଦ୍ୱାରା ଆୟୋଜିତ ହୋଇଥିଲା । ସେହିପରି ସନ୍ଧ୍ୟାରେ ଇନଣ୍ଡୋର ହଲ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ଜିଲ୍ଲାର ଉତ୍ତମ ପଦର୍ଶନକାରୀ କ୍ରୀଡା ପ୍ରତିଭା ଭାବେ ଭାଗୀରତି ଜେନା, ମୁନୁ ପାତ୍ର, ଲିଙ୍ଗରାଜ ପାଟଯୋଶୀ ଓ ସମୀର ଗାନ୍ତଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ପୁରସ୍କୃତ କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ସମ୍ମାନୀତ ଅତିଥି ଭାବେ ପୌର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ, ଅତିରିକ୍ତ ପିଡି ଡି ଆର ଡି ଏ ଲଳିତ କହଁର, ଆଇ ଟି ଡି ଏ ପ୍ରକଳ୍ପ ନିର୍ଦ୍ଦେଶକ ଫାଲଗୁନୀ ମାଝି, ଜିଲ୍ଲା ମଙ୍ଗଳ ଅଧିକାରୀ ସନ୍ତୋଷ କୁମାର ରଥ,ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରା, ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ କ୍ରୀଡ଼ା ଅଧିକାରୀ ନଟବର ଗରଡ଼ ଓ ତାଙ୍କ ସହକର୍ମୀଙ୍କ ଦ୍ୱାରା ପରିଚାଳନା କରିଥିଲେ ।

Comments (0)
Add Comment