ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ବାହାରିଲା ନୀଳାଚଳ ଅବଢ଼ା

ପୁରୀ- ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ବାହାରିଲା ନୀଳାଚଳ ଅବଢ଼ା । ନୀଳାଚଳ ଅବଢ଼ା ପାଇବାକୁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା । ରଥଯାତ୍ରାରେ ମହାପ୍ରଭୁ ଶ୍ରୀଗୁଣ୍ଡିଚା ମନ୍ଦିର ଯିବା ପରେ ରଥ ଉପରେ ଶୁଖିଲା ଭୋଗ ଲାଗି କରାଯାଇଥିଲା । ମହାପ୍ରଭୁ ରତ୍ନବେଦୀକୁ ଫେରିବା ପରେ ଆଜିଠୁ ମହାପ୍ରସାଦ ମିଳିଛି ।

ଶ୍ରୀଜିଉ ଙ୍କ ନୀଳାଦ୍ରି ବିଜେ ପରେ ପ୍ରଥମ ଅବଢ଼ା ବାହାରିଥିବାରୁ ଭକ୍ତଙ୍କୁ ଅପେକ୍ଷା କରିବାକୁ ପଡ଼ିଥିଲା । ସନ୍ଧ୍ୟା ରେ ଭକ୍ତ ନୀଳାଚଳ ଅବଢ଼ା ପାଇଛନ୍ତି । ନିଜର ବରାଦ ମୁତାବକ ଅବଢ଼ା ନେଇଛନ୍ତି । ବିଶେଷ କରି ପୁରୀ ବାସିନ୍ଦା ମହାପ୍ରଭୁଙ୍କ ପ୍ରଥମ ନୀଳାଚଳ ଅବଢ଼ା ନେବା ପାଇଁ ଅପେକ୍ଷାରେ ଥିଲେ । ଆଜି ମହାପ୍ରଭୁଙ୍କ ଅନେକ ସ୍ଵତନ୍ତ୍ର ନୀତି ଥିବାରୁ ଅବଢ଼ା ବାହାରିବାରେ ବିଳମ୍ୱ ହୋଇଥଲା । ସେପଟେ ରତ୍ନ ସିଂହାସନରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଶ୍ରୀମନ୍ଦିରରେ ହଜାର ହଜାର ଭକ୍ତଙ୍କ ଭିଡ଼ ହୋଇଥଲା । ମହାପ୍ରଭୁ ଆଡ଼ପ ମଣ୍ଡପରେ ବିଜେ ପରେ ନିଳାଚଳ ଅବଢ଼ା ବନ୍ଦ ରହିଥିଲା । ତେବେ ଆଜି ପୂର୍ବ ଭଳି ଶ୍ରୀମନ୍ଦିର ରୋଷ ଘର ଚଳଚଞ୍ଚଳ ହୋଇଛି । ସକାଳୁ ସ୍ବତନ୍ତ୍ର ନୀତିକାନ୍ତି ପରେ ସୂପକାରମାନେ ମହାପ୍ରସାଦ ପ୍ରସ୍ତୁତିରେ ଲାଗି ପଡ଼ିଥିଲେ । ମହାପ୍ରଭୁଙ୍କ ପ୍ରଥମ ନୀଳାଚଳ ଅବଢ଼ା ପାଇ ଭକ୍ତ ବେଶ ଖୁସି ପ୍ରକାଶ କରିଛନ୍ତି ।

Comments (0)
Add Comment