ରାତି ପାହିଲେ ମତଦାନ, ସୁରକ୍ଷା ବ୍ୟବସ୍ଥା କଡାକଡି

ବାଲିଗୁଡା: ରାତି ପାହିଲେ ସାଧାରଣ ନିର୍ବାଚନ ୨୦୨୪ ର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ । ଏହାକୁ ନେଇ କନ୍ଧମାଳ ପୋଲିସ୍‌ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ବେଳେ କନ୍ଧମାଳ ଏସପି ଶୁଭେନ୍ଦୁ କୁମାର ପାତ୍ର, ଏସଡିପିଓ ରାହୁଲ ଗୋଏଲ୍‌, ଥାନା ଅଧିକାରୀ ସୁଶାନ୍ତ ସାହୁ ସଶସ୍ତ୍ର ପୋଲିସ୍‌ ଫୋର୍ସଙ୍କୁ ନେଇ ଫ୍ଲାଗ୍‌ ମାର୍ଚ୍ଚ କରିଛନ୍ତି । କନ୍ଧମାଳ ଜିଲ୍ଲାରେ ଭୋଟ ଗ୍ରହଣ ହେବାକୁ ଥିବା ମୋଟ ୬୬୧ ଟି ବୁଥ୍‌ ରୁ ୨୪୨ ଟି ବୁଥ୍‌ କୁ ସମ୍ବେଦନଶୀଳ ବୁଥ୍‌ ଭାବେ ଚିହ୍ନଟ କରାଯାଇଛି । ଜିଲ୍ଲାରେ ମୋଟ ୨୨ କମ୍ପାନୀ ପୋଲିସ୍‌ ଫୋର୍ସ ମୁତୟନ କରାଯାଇଛି ଏବଂ ସମସ୍ତ ସ୍ଥିତି ଉପରେ ନଜର ରଖାଯାଇଥିବା କହିଛନ୍ତି କନ୍ଧମାଳ ଏସପି ଶୁଭେନ୍ଦୁ କୁମାର ପାତ୍ର ।

Comments (0)
Add Comment