ଆସନ୍ତାକାଲିଠାରୁ ରତ୍ନଭଣ୍ଡାର ମରାମତି କାର୍ଯ୍ୟ

ପୁରୀ:ରାତି ପାହିଲେ ଓଡିଆ ଅସ୍ମିତା ଉପରେ ହେବ ବଡଧରଣର ବିଜୟ । ଦୀର୍ଘବର୍ଷ ହେବ ବିପଦସଙ୍କୁଳ ଅବସ୍ଥାରେ ଥିବା ରତ୍ନଭଣ୍ଡାରର ଆରମ୍ଭ ହେବ ଦୀର୍ଘସ୍ଥାୟୀ ମରାମତି । ଆସନ୍ତାକାଲି ଠାରୁ ଏଏସଆଇ ଦ୍ୱିତୀୟ ଭୋଗମଣ୍ଡପ ପରେ ନିର୍ଦ୍ଧାରିତ ନୀତିନିର୍ଘଣ୍ଟ ଅନୁଯାୟୀ ପ୍ରାୟ ୫/୬ ଘଣ୍ଟା ମରାମତି କରିବାକୁ ଥିବାବେଳେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ମହାପ୍ରଭୁଙ୍କ ନୀତିକାନ୍ତିକୁ ସୂଚାରୁ ରୂପେ ସମ୍ପାଦିତ କରାଯିବା ଲକ୍ଷ ରଖାଯାଇଛି । ଦିନ ୧୨.୩୦ କିମ୍ବା ୧ଟା ପରଠାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ପାଖାପାଖି ମରାମତି କାର୍ଯ୍ୟ କରିବ ଏଏସଆଇ । ପ୍ରଥମେ ଲୁହାଭାରା ବନ୍ଧାଯିବା ପରେ ଡି ପ୍ଲାଷ୍ଟରିଂ କରାଯିବ ଓ ଏହା ପରେ ପୁରୁଣା ଲୁହା ବିମ୍ ଓ ପଥର ଅପସରଣ କରାଯିବ । ଉଭୟ ବାହାର ଓ ଭିତର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ କରାଯିବ । ମରାମତି ସମୟରେ ବାହାରକାଠରୁ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ସେପଟେ ରତ୍ନଭଣ୍ଡାର ମରାମତି କାର୍ଯ୍ୟକୁ ଆଗାମୀ ୫୦୦ ବର୍ଷକୁ ଦୃଷ୍ଟିରେ ରଖି ଉନ୍ନତ ଞ୍ୟାନକୌଶଳ ଦ୍ୱାରା ଦୀର୍ଘସ୍ଥାୟୀ ମରାମତି କରିବାକୁ ମତ ରଖିଛନ୍ତି ସେବାୟତ । ଅନ୍ୟପଟେ ୨୦୧୮ରୁ ରତ୍ନଭଣ୍ଡାର ମରାମତି ଆବଶ୍ୟକ ଜାଣି ମଧ୍ୟ ତତ୍କାଳୀନ ସରକାର ପଛଘୁଞ୍ଚା ଦେଇଥିବାରୁ କଡା ସମାଲୋଚନା କରିଛନ୍ତି ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର । ତେବେ ନିର୍ବାଚନ ପୂର୍ବରୁ ମୋହନ ସରକାର ଦେଇଥିବା ସମସ୍ତ ପ୍ରତିଶ୍ରୁତି ମଧ୍ୟରୁ ଓଡିଆ ଅସ୍ମୀତାର ପ୍ରତୀକ ରତ୍ନଭଣ୍ଡାର ଖୋଲି ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଇଥିବାରୁ ସେବାୟତ ମାନେ ସ୍ୱାଗତ କରିଛନ୍ତି ।
ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ରତ୍ନଭଣ୍ଡାର ମରାମତି ହେବାକୁ ଥିବାବେଳେ ଆସନ୍ତାକାଲି ତତ୍କାଳୀନ ବିଜେଡି ସରକାର ଦେଖିବ ଓଡ଼ିଆ ଅସ୍ମୀତା ପ୍ରତି କେତେ ସମ୍ବେଦନଶୀଳ ବିଜେପି ସରକାର । ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ମହାରାଜାଙ୍କ ରତ୍ନଭଣ୍ଡାର ମରାମତି କରିବା ପ୍ରତିକ୍ରିୟାକୁ ତତ୍କାଳୀନ ବିଜେଡି ସରକାର ବାରମ୍ବାର ଭୃକ୍ଷେପ କରିଥିବା ବେଳେ ବିଜେପି ସରକାରଙ୍କ ମରାମତି ପଦକ୍ଷେପକୁ ସବୁରି ମହଲରେ ସ୍ୱାଗତ କରାଯାଇଛି ।

Comments (0)
Add Comment