ଆଜି ସରିବ, ସାତକୋଶିଆରେ କୁମ୍ଭୀର ଗଣନା

ଦଶପଲ୍ଲା : ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ନୟାଗଡ଼ ଅଧିନରେ ଥିବା ସାତକୋଶିଆ ଗଣ୍ଡରେ ଗତ ୬ ତାରିଖ ଠାରୁ କୁମ୍ଭୀର ଗଣନା କାର୍ଯ୍ୟ ଆରମ୍ଭ ହୋଇଛି । ଏହି ଗଣନା କାର୍ଯ୍ୟ ୬, ୭ ଓ ୮ ତିନିଦିନ ଧରି କରାଯିବ । ପ୍ରତିବର୍ଷ ଶୀତରରୁରେ କୁମ୍ଭୀର ଗଣନା କାର୍ଯ୍ୟ କରାଯାଇଥାଏ । ଶୀତଋତୁରେ ଅତ୍ୟଧିକ ଥଣ୍ଡା ଯୋଗୁଁ କୁମ୍ଭୀରମାନେ ଜଳାଶୟରୁ ବାହାରି ସୁଳଭାଗରେ କିମ୍ବା ନଦୀବାଲି ପଠାରେ ଶୋଇରହିଥାନ୍ତି । କୁମ୍ଭୀରମାନଙ୍କୁ ପ୍ରତ୍ୟେକ୍ଷ ଦେଖିବା ସହିତ ଘୋଷରା ଦାଗକୁ ଲକ୍ଷ୍ୟକରି କୁମ୍ଭୀର ଗଣନା କରାଯାଇଥାଏ । ବନ୍ୟପ୍ରାଣୀ ବିଭାଗର କର୍ମଚାରମାନେ ଦୂରବୀକ୍ଷଣ ଯନ୍ତ୍ର ଓ କ୍ୟାମେରା ଦ୍ୱାରା ଛୋଟ ଡଙ୍ଗା ସାହାଯ୍ୟରେ ନଦୀମଧ୍ୟରେ କୁମ୍ଭୀର ଗଣନା କାର୍ଯ୍ୟ କରୁଛନ୍ତି । ଶୀତଦିନେ କୁମ୍ଭୀରମାନେ ବାଲିପାଠାରେ ଶୋଇରହିଥିବାରୁ ସକାଳ ୬ଟାରୁ ଦିନ ୧୨ଟା ମଧ୍ୟରେ ଗଣନା କାର୍ଯ୍ୟ ସହଜ ହୋଇଥାଏ ବୋଲି ବନାଚଂଳ ଅଧିକାରୀ ସନ୍ତୋଷ କୁମାର ସାହୁ କହିଛତି । ଛାମୁଖିଆ ବତାଂଚଳର ବଡ଼ମୂଳ ଠାରୁ ମଣିଭଦ୍ରା ଓ ମଣିଭଦ୍ରାଠାରୁ ମାରଡ଼ା ପଦ୍ମାବତୀ ପର୍ଯ୍ୟନ୍ତ ୨ଟି ଟିମରେ ବନକର୍ମଚାରୀମାନେ ଗଣନା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ।

ପ୍ରତି ୟୁନିଟରେ ୨ଜଣ ବନ୍ୟପ୍ରାଣୀ ବିଭାଗ କର୍ମଚାରୀ ଓ ୨ଜଣ ଲେଖାଁଏ ନାଉରିଆ ଥିବା ବେଳେ ଗୋଟିଏ ଲେଖାଏଁ ଦେଶୀ ଡଙ୍ଗା ନିୟୋଜିତ କରାଯାଇଛି । ସେହିଭଳି ମହାନଦୀର ଆଖପାଖ ଅଂଚଳରେ ଥିବା ଜଳାଶୟଗୁଡ଼ିକରେ ମଧ୍ୟ ଚଳିତ ବର୍ଷ କୁମ୍ଭୀର ଗଣନା କାର୍ଯ୍ୟ କରାଯିବ ବୋଲି ସୂଚନା ମିଳିଛି । ଚଳିତ ବର୍ଷ ସିଧାମୂଳା ଠାରୁ ଗଣିଆ ବନାଂଚଳ କର୍ମଚାରୀମାନେ ମଣିଭଦ୍ରାଠାରୁ ସିଧାମୂଳା ଓ ଖଣ୍ଡପଡ଼ା ବନାଂଚଳ କର୍ମଚାରୀମାନେ ସିଧାମୂଳାଠାରୁ ପଦ୍ମାବତୀ ପର୍ଯ୍ୟନ୍ତ କୁମ୍ଭୀର ଓ ପକ୍ଷୀ ଗଣନା କାର୍ଯ୍ୟ କରିବେ ବୋଲି ସୂଚନା ମିଳିଛି । ଛାମୁଣିଆ ବନାଚଳ ଅଧିକାରୀ ସନ୍ତୋଷ କୁମାର ସାହୁ ଏହି ଗଣନା କାର୍ଯ୍ୟର ତଦାରଖ କରୁଛତି । ଗଣନା ସମୟରେ ବଡ଼ମୂଳଠାରେ ଥିବା ପର୍ଯ୍ୟଟନ କେନ୍ଦ୍ରରେ ନୌକାବିହାର ପାଇଁ ପର୍ଯ୍ୟଟକଙ୍କୁ ବାରଣ କରାଯିବା ସହିତ ବଫର ଅଂଚଳରେ ମାଛ ଧରିବା ପାଇଁ ମତ୍ସ୍ୟଜୀବିଙ୍କ ପ୍ରବେଶ କଡ଼ାକଡ଼ି ଭାବେ ବାରଣ କରାଯାଇଛି । ମହାନଦୀ ଅବବାହିକାର କଟକ ଜିଲ୍ଲା ନରସିଂହପୁର ବ୍ଳକ ଚକ୍ରଗଡ଼ ଠାରୁ ଅନୁଗୋଳ ଜିଲ୍ଲାର କିଆକଟା ପର୍ଯ୍ୟନ୍ତ ଓ ବିଭିନ୍ନ କଳାଶୟ ଗୁଡିକରେ ଏହି ଗଣନା କାର୍ଯ୍ୟ ଚାଲୁ ରହିଛି । ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡର ଛାମୁଣ୍ଡିଆ, କୁଶଙ୍ଗ ବନାଂଚଳର ମହାନଦୀ ଅବବାହିକାରେ ଥିବା ସମସ୍ତ ବିଟ ଗୁଡିକର ବନ୍ୟପ୍ରାଣୀ ବିଭାଗ କର୍ମଚାରୀମାନେ ଗଣନା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ଆଜି କୁମ୍ଭୀର ଗଣନା ସରିବାପରେ ୧୦ ତାରିଖ ଠାରୁ ପକ୍ଷୀ ଗଣନା କାର୍ଯ୍ୟ କରାଯିବ ବୋଲି ସୂଚନା ମିଳିଛି ।

Comments (0)
Add Comment