ପୁରୀ : କଣାସରେ ଗଞ୍ଜେଇ ଚାଷ । ପୁରୀ ଜିଲ୍ଲା କଣାସରେ ପ୍ରଥମ ଥର ଏତେ ପରିମାଣର ଗଂଜେଇ ଚାଷ ସାମ୍ନାକୁ ଆସିଛି । କଣାସ ନାନ କେରା ଅଂଚଳରେ ଚାଷ ଜମି ହିଡ଼ରେ ଶହ ଶହ ଗଞ୍ଜେଇ ଗଛ । ଖବର ପାଇ ଘଟଣା ସ୍ଥଳରେ ପହଁଚିଲା ଅବକାରୀ ବିଭାଗ । ଅବକାରୀ ବିଭାଗର ଜଗଦୀଶ ସାମଲଙ୍କ ନେତୃତ୍ୱରେ ଗଞ୍ଜେଇ ଚାଷ ନଷ୍ଟ କରୁଛି ଅବକାରୀ ବିଭାଗ । ଗଞ୍ଜେଇ ଗଛର ଆନୁମାନିକ ମୂଲ୍ୟ ତିନି କୋଟି ଟଙ୍କା ହେବ ବୋଲି କହିଛନ୍ତି ଅବକାରୀ ଏସ୍ପି । ଆଜି ୧୫ଜଣିଆ ଟିମ ଗଞ୍ଜେଇ ଚାଷ ନଷ୍ଟ କରୁଥିବା ଗଞ୍ଜେଇ ଚାଷ ନଷ୍ଟ କରିବା ପାଇଁ ପ୍ରାୟ ପାଞ୍ଚ ଦିନ ଲାଗିବ ବୋଲି କହିଛନ୍ତି ଏସ୍ପି । ସେପଟେ ଏତେ ପରିମାଣରେ ଗଞ୍ଜେଇ ଚାଷ କିଏ କିଏ କରୁଥିଲେ ଓ କେତେ ଦିନ ଧରି ଏଭଳି ଗଞ୍ଜେଇ ଚାଷ କରାଯାଉଥିଲା । ସେ ନେଇ ସ୍ପଷ୍ଟ ସୂଚନା ନଥିବା ବେଳେ ଗଞ୍ଜେଇ ଚାଷ ହେଉଥିବା ଜମି ମାଲିକମାନେ ଫେରାର ହୋଇଯାଇଛନ୍ତି । ସେପଟେ ଏତେ ପରିମାଣର ଗଞ୍ଜେଇ ଚାଷକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ବାସିନ୍ଦା, ପୂର୍ବରୁ ଅନ୍ୟ ରାଜ୍ୟରୁ ପୁରୀ ଜିଲ୍ଲାକୁ ଗଞ୍ଜେଇ ଚାଲାଣ ହେଉଥିବା ନଜିର ରହି ରହିଥିବା ବେଳେ ଏତେ ପରିମାଣରେ ଗଞ୍ଜେଇ ଚାଷ କିଭଳି ପୋଲିସ ଓ ଅବକାରୀ ବିଭାଗର ଦୃଷ୍ଟି ଆଢୁଆଳରେ ହେଲା ଏହାର ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ବାସିନ୍ଦା । ଆଜି ପାଞ୍ଚ ହଜାର ଗଛ ନଷ୍ଟ କରି ଅପରେସନ ବନ୍ଦ ରଖିଥିବା ବେଳେ ଆସନ୍ତାକାଲି ଗଞ୍ଜେଇ ଚାଷ ନଷ୍ଟ କରିବା କାର୍ଯ୍ୟ ପୁଣି ଆରମ୍ଭ କରିବ ଅବକାରୀ ବିଭାଗ ।