ଜି. ଉଦୟଗିରି ପାଷ୍ଟରମାନଙ୍କ ସହ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ସାକ୍ଷାତ

ଜି. ଉଦୟଗିରି:ଜି. ଉଦୟଗିରି ଠାରେ ଲଘୁ ସମ୍ପ୍ରଦାୟର ପାଷ୍ଟର ମାନଙ୍କ ସହ କନ୍ଧମାଳ ସାଂସଦ ଶ୍ରୀ ଅଚ୍ୟୁତ ସାମନ୍ତ ମହୋଦୟ ଓ କନ୍ଧମାଳ ଜିଲ୍ଲା ମହିଳା ସଭାନେତ୍ରୀ ପୁନମ କହଁରଙ୍କ ସ୍ୱଳ୍ପ ସମୟ ମଧ୍ୟରେ ଜି. ଉଦୟଗିରି ବ୍ଲକରେ ଥିବା ସମସ୍ତ ଚର୍ଚ୍ଚ ଗୃହ ଗୁଡ଼ିକର ସମସ୍ୟା ଉପରେ ଆଲୋଚନା ହୋଇଥିଲା । ସମସ୍ତ ଚର୍ଚ୍ଚର ପାଷ୍ଟରମାନେ ନିଜ ନିଜ ପବିତ୍ର ପୀଠ ଚର୍ଚ୍ଚ ର ସମସ୍ୟା ଗୁଡ଼ିକ ବିଷୟରେ ମାନ୍ୟବର ସାଂସଦ ମହୋଦୟଙ୍କୁ ଅବଗତ କରିଥିଲେ । ସେଥିମଧ୍ୟରୁ ଚର୍ଚ୍ଚ ଗୁଡ଼ିକ ର ବାଉଣ୍ଡାରୀ ୱାଲ୍‌ ମୁଖ୍ୟ ସମସ୍ୟା ଥିଲା । ଚର୍ଚ୍ଚ ଗୁଡ଼ିକର ସୁରକ୍ଷା ନିମନ୍ତେ ବାଉଣ୍ଡାରୀ ୱାଲ୍‌ ନିତାନ୍ତ ଆବଶ୍ୟକ ବୋଲି ସମସ୍ତ ପାଷ୍ଟର୍‌ ମତ ପ୍ରକାଶ କରିଥିଲେ ଓ ମୌଳିକ ସୁବିଧା ବିଷୟରେ ଆଲୋକପାତ କରିଥିଲେ । ଜି.ଉଦୟଗିରି ମୁସଲିମ ସମ୍ପ୍ରଦାୟର କବର ସ୍ଥାନର ଅସୁବିଧା ବିଷୟରେ ସ୍ଥାନୀୟ ଏମ ଡି ହୁସେନ ସାଂସଦଙ୍କୁ ଅବଗତ କରିଥିଲେ । ସ୍ଥାନୀୟ ଲଘୁ ସମ୍ପ୍ରଦାୟର ସାମୁହିକ ଉନ୍ନତି ନିମନ୍ତେ ସ୍ୱଳ୍ପ ସମୟ ମଧ୍ୟରେ ଆଲୋଚନା ହୋଇଥିଲା । ସମସ୍ୟା ଗୁଡ଼ିକର ସମାଧାନ ନିମନ୍ତେ କୌଣସି ପ୍ରତିଶୃତି ଦେଇନଥିଲେ ମଧ୍ୟ ଆଗାମୀ ଦିନରେ ସମସ୍ୟା ଗୁଡ଼ିକର ସମାଧାନ କରାଯିବ ବୋଲି ସାଂସଦ ମହୋଦୟ ମତ ରଖିଥିଲେ ଓ ପଞ୍ଚାୟତ ନିର୍ବାଚନରେ ବିଜୁ ଜନତା ଦଳକୁ ସହଯୋଗ କରିବାକୁ ଅନୁରୋଧ କରିଥିଲେ । ଏହି ଅଳ୍ପ ସମୟର ସାକ୍ଷାତ ଓ ଆଲୋଚନାକୁ ଜି. ଉଦୟଗିରି,ନୂଆସାହି ଚର୍ଚ୍ଚ ତଥା ଜିଲ୍ଲା ଖ୍ରୀଷ୍ଟୀୟ ଉଦଯୋଗୋ ସମିତିର ଉପ- ସଭାପତି ପ୍ରଶାନ୍ତ କୁମାର ଦାସ, ଜିଲ୍ଲା ବିଜେଡି ଲଘୁ ସମ୍ପ୍ରଦାୟ କମିଟିର ସାଧାରଣ ସମ୍ପାଦକ ଆମୋଦ ଚନ୍ଦ୍ର ନାୟକ, ଜି. ଉଦୟଗିରି ବ୍ଲକ ସାଂସଦ ପ୍ରତିନିଧି ସାମନ୍ତ ନାୟକ, ଜି. ଉଦୟଗିରି ନଗର ବିଜେଡି ଲଘୁ ସମ୍ପ୍ରଦାୟର ସଭାପତି ଏମ ଡି ହୁସେନ, ନଗର ବିଜେଡି ଉପସଭାପତି ଏମଡି ଆଲମାସ୍‌, ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ କିଶୋର ନାୟକ ଓ ସମସ୍ତ ଚର୍ଚ୍ଚର ପାଷ୍ଟର ଉପସ୍ଥିତ ଥିଲେ । ଶେଷରେ ଆମୋଦ ଚନ୍ଦ୍ର ନାୟକ ସାଂସଦ ଅଚ୍ୟୁତ ସାମନ୍ତ ଓ ଜିଲ୍ଲା ସଭାନେତ୍ରୀ ପୁନମ କହଁରଙ୍କୁ ଧନ୍ୟବାଦ୍‌ ଦେଇ ତାଙ୍କ ଉପସ୍ଥିତି ପାଇଁ କୃତଜ୍ଞତା ଜଣାଇଥିଲେ ।

Comments (0)
Add Comment