ଅନଲାଇନ ପରୀକ୍ଷା ଦାବିରେ କଳିଙ୍ଗ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ

ଘୁ ଉଦୟଗିରି : କରୋନା ଯୋଗୁଁ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଥିବା ବେଳେ ଶିକ୍ଷା କ୍ଷେତ୍ରରେ ବ୍ୟାପକ ପ୍ରଭାବ ପଡିବା ସହ ପ୍ରାଥମିକ ଶିକ୍ଷା ଠାରୁ ଆରମ୍ଭ କରି ମହାବିଦ୍ୟାଳୟ ପର୍ଯ୍ୟନ୍ତ ଶିକ୍ଷାଦାନ ସମ୍ପୂର୍ଣ୍ଣ ବିଗିଡି ଯାଇଥିବା ବେଳେ ମହାବିଦ୍ୟାଳର ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ବାର୍ଷିକ ପରୀକ୍ଷା ଅଫଲାଇନରେ କରିବା ପାଇଁ ବିଶ୍ୱବିଦ୍ୟାଳୟ ପ୍ରସ୍ତୁତ ହେଉଥିବା ବେଳେ ବିଭିନ୍ନ ସ୍ଥାନରେ ଏହାର ବିରୋଧ ଦେଖିବାକୁ ମିଳୁଛି । ଆଜି ଅଫଲାଇନ ପରୀକ୍ଷାକୁ ବିରୋଧ କରିବା ସହ ଅନଲାଇନରେ ପରୀକ୍ଷା କରିବା ଦାବିରେ ସ୍ଥାନିୟ କଳିଙ୍ଗ ମହାବିଦ୍ୟାଳୟର +୩ ଛାତ୍ରଛାତ୍ରୀ ମାନେ କଲେଜରେ ଆନ୍ଦୋଳନ କରିବା ସହ ରାଜରାସ୍ତାକୁ ଆସି ଘୁ.ଉଦୟଗିରି ସାରଙ୍ଗଡ଼ ମୁଖ୍ୟ ରାସ୍ତାରେ ବସି ରହିଥିଲେ । ଅନଲାଇନ ମାଧ୍ୟମରେ ପରୀକ୍ଷା କରିବା ନିମନ୍ତେ କଲେଜ ଅଧ୍ୟାପକଙ୍କୁ ଲିଖିତ ଭାବେ ଦୁଇ ଦୁଇ ଥର ଜଣାଇବା ପରେ କୌଣସି ସନ୍ତୋଷଜନକ ଉତ୍ତର ନ ପାଇବା ଯୋଗୁଁ ଆଜି ଆନ୍ଦୋଳନକୁ ଓହ୍ଲେଇ ଥିବା କହିଛନ୍ତି ଛାତ୍ରଛାତ୍ରୀ । ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ କହିବା କଥା ହେଲା କରୋନା ଯୋଗୁଁ ପାଠପଢା ବନ୍ଦ ରହିଥିଲା । କୋର୍ସ ସରିନି ଆଉ ସମୟ ନାହିଁ କମ ଦିନ ଭିତରେ କୋର୍ସ ସରିବ ନାହିଁ ମୂଳରୁ ଆମେ ପାଠ ଜାଣିନୁ ଏହି ସମସ୍ୟା ଭିତରେ ପୁଣି ଅଫଲାଇନ ପରୀକ୍ଷା ପାଇଁ ବିଶ୍ୱବିଦ୍ୟାଳୟ ଯୋଜନା ପ୍ରସ୍ତୁତ କରିସାରିଲେଣି ଆମର ଭବିଷ୍ୟତ ସହ ଖେଳ ଖେଳା ଯାଉଛି । ଏଣୁ ଅନଲାଇନ ପରୀକ୍ଷା ପାଇଁ ଆମେ ଦାବି କରୁଛୁ ବୋଲି କହିଛନ୍ତି ଛାତ୍ରଛାତ୍ରୀ ।

Comments (0)
Add Comment