ସଂଗୀତଜ୍ଞ ରବୀନ୍ଦ୍ର ବେହେରାଙ୍କୁ ମହାନଦୀ ସାହିତ୍ୟ ସଂସଦ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ

ସୁବର୍ଣ୍ଣପୁର: ଓଡ଼ିଶାର ଅଗ୍ରଣୀ ସାହିତ୍ୟ ଓ ସଂସ୍କୃତି ଅନୁଷ୍ଠାନ ମହାନଦୀ ସାହିତ୍ୟସଂସଦ ପକ୍ଷରୁ ଗତକାଲି ସଂଧ୍ୟାରେ ସ୍ଥାନୀୟ ପଂଚରଥ ମନ୍ଦିର ପ୍ରାଂଗଣରେ ବିଶିଷ୍ଟ ସଙ୍ଗୀତଜ୍ଞ ତଥା ସମାଜ ସେବକ ରବୀନ୍ଦ୍ର ବେହେରାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଏକ ଶ୍ରଦ୍ଧାଂଜଳି ସଭାର ଆୟୋଜନ କରାଯାଇଥିଲା । ଅନୁଷ୍ଠାନର ଉପସଭାପତି ଡକ୍ଟର ପୁରୁଷୋତ୍ତମ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏଇ ସଭାରେ କବି ଅମ୍ବୁଜ ବିହାରୀ ଶତପଥି, ଅଭିନେତା ପ୍ରଦ୍ୟୁମ୍ନ କୁମାର ସାହୁ,ବନମାଳି ପଣ୍ଡା, କଣ୍ଠଶିଳ୍ପୀ ସୁରେନ୍ଦ୍ର ମିଶ୍ର ,ଶ୍ରୀ ଗୌରୀ ପ୍ରସାଦ ରଥ ଆଦି ବ୍ୟକ୍ତିବୃନ୍ଦ ଯୋଗଦାନ କରି ମହାନଦୀ ସଂଗୀତ ସମ୍ମାନରେ ବିଭୂଷିତ ସଂଗୀତଜ୍ଞ ସ୍ୱର୍ଗତ ରବୀନ୍ଦ୍ର ବେହେରାଙ୍କ ସେବା ପରାୟଣ ମନୋଭାବ ଓ ସଂଗୀତ ପ୍ରତି ସମର୍ପିତ ଅଭୁଲା ଦିନମାନଙ୍କୁ ସ୍ମରଣ କରିଥିଲେ । ଦିବଂଗତ ଆତ୍ମାଙ୍କ ସଦଗତି ନିମନ୍ତେ ଏକ ମିନିଟ ନୀରବ ପ୍ରାର୍ଥନା କରିବା ସହିତ ଶୋକାର୍ତ୍ତ ଶ୍ରଦ୍ଧାଂଜଳି ଅର୍ପଣ କରାଯାଇଥିଲା । ଉକ୍ତ ସଭାକୁ ଅନୁଷ୍ଠାନର ସଧାରଣ ସଂପାଦକ ଡକ୍ଟର ସୌରଭ ରଂଜନ ଖମାରୀ ସଂଯୋଜନା କରିଥିଲେ ।

Comments (0)
Add Comment