ଦାଦନ ଶ୍ରମିକମାନଙ୍କ ସଚେତନତା ଶିବିର

ଖପ୍ରାଖୋଲ : ଖପ୍ରାଖୋଲ ବ୍ଲକର ବୁଢ଼ୀବାହାଲ ଗ୍ରାମରେ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଖପ୍ରାଖୋଲର ନେତୃତ୍ୱରେ ଦାଦନ ଶ୍ରମିକମାନଙ୍କ ସଚେତନତା ପାଇଁ ଗୋଟିଏ ଶିବିର ଆୟୋଜନ କରାଯାଇଥିଲା । ଉକ୍ତ ସଭାରେ ଡ଼.ସୁଜିତ କୁମାର ଶତପଥୀଙ୍କ ଅଧ୍ୟକ୍ଷତା କରି ଦାଦନ ଶ୍ରମିକମାନଙ୍କୁ ସରକାରୀ ଯୋଜନା ବିଷୟରେ ଶ୍ରମ ଆଇନ୍‌ ବିଷୟରେ ମାନବାଧିକାର ନିୟମ ବିଷୟରେ ସ୍ୱେଚ୍ଛାକୃତ ପଞ୍ଜିକରଣ ତଥା ଶ୍ରମ କାର୍ଡ ତିଆରି ଏବଂ ନବୀକରଣ ତଥା ଜବ୍‌ କାର୍ଡ ତିଆରି କରି ଦାଦନ ଖଟିବାକୁ ବାହାର ରାଜ୍ୟକୁ ନ ଯାଇ ନିଜ ଭିଟାମାଟିରେ ରହି ନିଜ ନିଜର ଆର୍ଥିକ ଉନ୍ନତି କରିବା ଦିଗରେ ସୂଚନା ଓ ପରାମର୍ଶ ପ୍ରଦାନ କରାଯାଇଥିଲା । ଉକ୍ତ ଶିବିରରେ ବିକଳ୍ପ ସଂସ୍ଥାର ପ୍ରୋଜେକ୍ଟ ମ୍ୟାନେଜର ସମୀର କୁମାର ସାହୁ ଏବଂ ତାଙ୍କ ସହଯୋଗୀ, ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଖପ୍ରାଖୋଲର ଶ୍ରୀ ସତ୍ୟାନନ୍ଦ ଭୋଇ, ବୁଢ଼ୀବାହାଲ ଗ୍ରାମର ୱାର୍ଡ ମେମ୍ବର, ନାଏବ ସରପଞ୍ଚ ଏବଂ ଅନ୍ୟାନ୍ୟ ଗ୍ରାମବାସୀ ଉପସ୍ଥିତ ଥିଲେ ।

Comments (0)
Add Comment