ଇନ୍ଦପୁର ଗାଁ ଶିବମନ୍ଦିରରୁ ଚୋରି

ପାଟଣାଗଡ଼ : ଲରମ୍ଭା ଥାନା ଅନ୍ତର୍ଗତ ଗତକାଲି ରାତିରେ କିଛି ଦୁର୍ବୃତ୍ତ ଇନ୍ଦୁପୁର ଗ୍ରାମର ଶିବ ମନ୍ଦିରର ତାଲା ଭାଙ୍ଗି ଚୋରି କରି ନେଇ ଯାଇଥିବା ଅଭିଯୋଗ ହେଉଛି । ସକାଳୁ ପୂଜାରୀ ନୃପରାଜ ଥନାପତି ମନ୍ଦିରକୁ ପୂଜା କରିବା ପାଇଁ ପ୍ରତିଦିନ ଭଳି ମନ୍ଦିରକୁ ଯାଇଥିଲେ । ପୂଜକ ତାଳା ସହ କବାଟ ଖୋଲି ମନ୍ଦିର ଭିତରକୁ ପ୍ରବେଶ କରି ଥିଲେ । ମନ୍ଦିର ଦାନବାକ୍ସ ସହ ପୂଜା ସାମଗ୍ରୀ ନଥିବାରୁ ଚୋରି ହୋଇଥିବା ସନ୍ଦେହ କରି ଗ୍ରାମବାସୀଙ୍କୁ କହିଥିଲେ । ମନ୍ଦିର ପରିଚାଳନା କମିଟିର ସଭାପତି ଚମ୍ପାଲାଲ ଅଗ୍ରୱାଲଙ୍କ ସହ ଗ୍ରାମବାସୀ କେହି ଦୁର୍ବୃତ୍ତ କବାଟ ଭାଙ୍ଗି ମନ୍ଦିର ଚୋରି କରି ନେଇଥିବା ଦେଖିବାକୁ ପାଇଥିଲେ । ଏହାପରେ ଗାଁ ର କାର୍ତ୍ତିକ ମହାକୁର ଲାରମ୍ଭା ଥାନାରେ ଅଭିଯୋଗ କରିଥିଲେ । ଏହାକୁ ନେଇ ଲରମ୍ଭା ଥାନାରେ ଏତଲା ଦେଇଥିଲେ । ଲରମ୍ଭା ପୋଲିସ କେସ ନଂ ୬୭/୨୨ରେ କେଶରୁଜୁ କରି ଥାନା ଅଧିକାରୀ ରବିନ୍ଦ୍ର ବେହେରା ଓ ବଲାଙ୍ଗୀର ସାଇଣ୍ଟିଫିକ ଟିମ୍‌ ପହଞ୍ଚି ଅଧିକ ତଦନ୍ତ କରୁଥିବା ଜଣାପଡିଛି । କିଛି ଦିନ ତଳେ ଖପ୍ରାଖୋଲ ଥାନା ବାଞ୍ଜିପାଲି ଗ୍ରାମର ଜଗନ୍ନାଥ ମନ୍ଦିରର ମଧ୍ୟ ତାଳା ଭାଙ୍ଗି ଚୋରି ହୋଇଥିବା ବେଳେ ଆଜି ଇନ୍ଦୁପୁର ଗ୍ରାମର ଶିବ ମନ୍ଦିର ଚୋରି ହୋଇଥିବା ଲୋକଙ୍କୁ ବିସ୍ମିତ କରିଛି । ଦୁର୍ବୃତ୍ତ ମାନେ ମନ୍ଦିର ଗୁଡିକକୁ ଟାର୍ଗେଟ ରଖୁଛନ୍ତି । ଏଥିପ୍ରତି ପୋଲିସ ପ୍ରଶାସନ କଡ଼ା କଡ଼ି ଭାବରେ ପେଟ୍ରୋଲିଂ ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହେଉଛି ।

Comments (0)
Add Comment