ପୂର୍ବତନ ବିଜେପି କାଉନସିଲର ସୁବର୍ଣ୍ଣ ଗୁରୁଙ୍କ ଦେହାନ୍ତ

ସୁବର୍ଣ୍ଣପୁର : ସୋନପୁର ମଝିପଡ଼ା ନିବାସୀ ତଥା ପୌର ପରିଷଦର ପୂର୍ବତନ ବିଜେପି କାଉନସିଲର ଶ୍ରୀମତୀ ସୁବର୍ଣ୍ଣ ଗୁରୁଙ୍କ ଗତ ଆଠ ତାରିଖରେ ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା । ସେ ଜଣେ ମେଳାପୀ, ମିଷ୍ଟଭାଷୀ ଓ ପରୋପକାରୀ ଥିଲେ । ଶ୍ରୀମତୀ ଗୁରୁ ଦୀର୍ଘ ଦିନ ଧରି ପକ୍ଷାଘାତ ରୋଗରେ ପୀଡିତା ଥିଲେ । ପୂର୍ବରୁ ସେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଓ ପରେଜିଲ୍ଲା ବିଜେପି ସଭାନେତ୍ରୀର ଗୁରୁଦାୟିତ୍ୱ ତୁଲାଇ ଥିଲେ । ଜିଲ୍ଲା ଗଠନ ଓ ମହାନଦୀ ସେତୁ ନିର୍ମାଣ ଆନ୍ଦୋଳନରେ ସେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ତାଙ୍କର ମୃତ୍ୟୁ ଖବରପାଇ ସୋନପୁରର ମାନ୍ୟଗଣ୍ୟ ବ୍ୟକ୍ତି ଶେଷ ଦର୍ଶନ କରିଥିଲେ । ମୃତ୍ୟୁ ଶଯ୍ୟା ନିକଟରେ ପୁଅ, ବୋହୂ, ବନ୍ଧୁ ପରିଜନ ଉପସ୍ଥିତ ଥିଲେ ।

Comments (0)
Add Comment