ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ପେସ୍‌ ବୋଲର ତାଲିକା ପ୍ରସ୍ତୁତ କଲେ ନେହେରା, ଏହି ଷ୍ଟାର ବୋଲରକୁ କଲେ ବାହାର

ନୂଆଦିଲ୍ଲୀ : ଟି-୨୦ ବିଶ୍ୱକପ ୨୦୨୨ କୁ ଧ୍ୟାନରେ ରଖି ଭାରତୀୟ କ୍ରିକେଟ୍‌ ଦଳ ଖେଳାଳି ଖୋଜିବା ଆରମ୍ଭ କରିଛି । ଯେଉଁମାନେ ଚଳିତ ବର୍ଷ ଶେଷରେ ଅଷ୍ର୍ଟ୍ରେଲିଆରେ ଆୟୋଜିତ ହେବାକୁ ଥିବା ଟୁର୍ନାମେଣ୍ଟ ପାଇଁ ଦଳର ଅଂଶ ହୋଇପାରିବେ । ଅନେକ ଭାରତୀୟ ଦ୍ରୁତ ବୋଲରମାନେ ପେସ୍‌ ବୋଲିଂ ଆକ୍ରମଣରେ ନିଜର ଦାବି ଉପସ୍ଥାପନ କରିଛନ୍ତି । ଏହି ସମୟ ମଧ୍ୟରେ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବାକୁ ଥିବା ଟି -୨୦ ବିଶ୍ୱକପ ପାଇଁ ପୂର୍ବତନ ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ଆଶିଷ ନେହେରା ଭାରତୀୟ ବୋଲରଙ୍କ ତାଲିକା ପ୍ରସ୍ତୁତ କରିଛନ୍ତି, ଯେଉଁଥିରେ ସେ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ)ର ଷ୍ଟାର ହାର୍ଶଲ ପଟେଲ ଏବଂ ଆଭେଶ ଖାନଙ୍କ ସ୍ଥାନ ଦେଇନାହାଁନ୍ତି । ନେହେରା ବିଶ୍ୱାସ କରନ୍ତି ଯେ ବର୍ତ୍ତମାନର ଦଳରେ ମହମ୍ମଦ ସିରାଜ ଏକମାତ୍ର ଦ୍ରୁତ ବୋଲର ଯିଏ କି ଟି -୨୦ ବିଶ୍ୱକପ ୨୦୨୨ ରେ ଅଂଶଗ୍ରହଣ କରିପାରିବେ ।
ନେହେରା କ୍ରିକବଜଙ୍କ ସହ ବାର୍ତ୍ତାଳାପରେ କହିଛନ୍ତି, ‘ବିଶ୍ୱକପ ବହୁତ ଦୂରରେ । ଆସନ୍ତାକାଲି ଯଦି ବିଶ୍ୱକପ୍‌ ପାଇଁ ଦଳ ଘୋଷଣା କରାଯିବ, ତେବେ ଏହି ଦଳରୁ କେବଳ ଜଣେ ଦ୍ରୁତ ବୋଲର ଅଛନ୍ତି ଯିଏ, ଏଥିରେ ସ୍ଥାନ ପାଇପାରିବେ ବୋଲି ସେ କହିଛନ୍ତି । ସେ ହେଉଛନ୍ତି ସିରାଜ । ଟି-୨୦ ବିଶ୍ୱକପ ପାଇଁ ମୋ ପସନ୍ଦର ୪ ପେସର ହେଲେ ସିରାଜ, ବୁମରା, ଶାମି ଏବଂ ପ୍ରସିଦ୍ଧ କୃଷ୍ଣ । ଆମେ ଦେଖିଛୁ ଯେ, ସେମାନେ କ’ଣ କରିପାରନ୍ତି ଏବଂ ଏହି ଚାରିଜଣଙ୍କ ପରେ ଦୀପକ ଚହରଙ୍କ ନାମ ଆସିବ ବୋଲି ସେ କହିଛନ୍ତି ।
ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଚାଲିଥିବା ସିରିଜରେ ମହମ୍ମଦ ସିରାଜ, ଭୁବନେଶ୍ୱର କୁମାର, ଦୀପକ ଚହର, ଶାର୍ଦ୍ଦୁଲ ଠାକୁର, ହର୍ଷଲ ପଟେଲ ଏବଂ ଆଭେଶ ଖାନ ସ୍ଥାନ ପାଇଥିବା ବେଳେ ଜସପ୍ରୀତ ବୁମ୍ରା ଏବଂ ମହମ୍ମଦ ଶାମି ଏହି ସିରିଜରୁ ବିଶ୍ରାମ ନେଇଛନ୍ତି । ଅଭିଜ୍ଞ ପେସର୍‌ ଭୁବନେଶ୍ୱର କୁମାରଙ୍କୁ ରୋହିତ ସମର୍ଥନ କରିଥିବାରୁ ତାହାକୁ ସେ ପ୍ରଶଂସା କରିଥିଲେ ।

Comments (0)
Add Comment