ରାଜ୍ୟରେ କୋହଳ ହେଲା ନିର୍ବାଚନୀ କଟକଣା

ଭୁବନେଶ୍ୱର: କୋଭିଡ କଟକଣା ଭିତରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେଉଛି । ଏନେଇ ପୂର୍ବରୁ ଜାରି କରାଯାଇଥିବା ନିର୍ବାଚନୀ ଗାଇଡଲାଇନ ବା କଟକଣାକୁ ଆଜି କୋହଳ କରାଯାଇଛି । ଏବେ ସଂକ୍ରମିତଙ୍କ ସଂଖ୍ୟା ଖସୁଥିବା ବେଳେ ୨ ହଜାର ତଳେ ରହିଛି ଟ୍ରେଣ୍ଡ। ତେଣୁ ନିର୍ବାଚନ ପ୍ରଚାର ନିମନ୍ତେ ଲାଗୁ ହୋଇଥିବା କଟକଣାକୁ ସାମାନ୍ୟ କୋହଳ କରାଯାଇଛି। ଏନେଇ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି । ପୂର୍ବରୁ  ୫ ଜଣଙ୍କୁ ନେଇ ଡୋର ଟୁ ଡୋର କ୍ୟାମ୍ପେନିଂ ପାଇଁ ଅନୁମତି ଦିଆଯାଇଥିବାବେଳେ ଏବେ ତାହାକୁ ପରିବର୍ତ୍ତନ କରାଯାଇଛି । ଏବେ ୨୦ ଜଣଙ୍କୁ ନେଇ ଡୋର ଟୁ ଡୋର କ୍ୟାମ୍ପେନିଂ ପାଇଁ ଅନୁମତି ଦିଆଯାଇଛି ।

– ଏଣିକି ୨୦ ଜଣଙ୍କୁ ନେଇ ଘରକୁ ଘର ବୁଲି ପ୍ରଚାର କରାଯାଇପାରିବ
– ରାଜନୈତିକ ସଭାକୁ ଅନୁମତି ଦିଆଯାଇଛି
– ୩୦୦ ଲୋକଙ୍କୁ ନେଇ ରାଜନୈତିକ ସଭା କରାଯାଇପାରିବ

– ପୂର୍ବପରି ରାଲି, ପଦଯାତ୍ରା ଓ ବାଇକ ରାଲି ଉପରେ କଟକଣା ବଳବତ୍ତର

Comments (0)
Add Comment