ବାଲିଗୁଡ଼ା: ଅସାମାଜିକ ବ୍ୟକ୍ତି ଓ ନିଶାଡ଼ି ହୋଇଯାନ୍ତୁ ସାବଧାନ । ନିଶାଡ଼ି ଓ ଅସାମାଜିକ ବ୍ୟକ୍ତିଙ୍କୁ ସାବାଡ଼ କରିବା ପାଇଁ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡରେ ପୋଲିସ୍ ପକ୍ଷରୁ ଆରମ୍ଭ ହୋଇଛି ସ୍ପେସାଲ୍ ଡ୍ରାଇଭ୍ । ବାଲିଗୁଡ଼ା ଏସଡିପିଓ ସୁଭମ୍ ଭୋଷଲେଙ୍କ ନେତୃତ୍ୱରେ ଖୋଲା ସ୍ଥାନରେ ମଦ ସେବନ ଏବଂ ଅନ୍ୟାନ୍ୟ ବେଆଇନ୍ କାର୍ଯ୍ୟକଳାପ ବିରୁଦ୍ଧରେ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛି ପୋଲିସ୍ । ଚିହ୍ନଟ ହୋଇଥିବା ଅନ୍ଧାରିଆ ସ୍ଥାନ ଏବଂ ସମ୍ବେଦନଶୀଳ ସ୍ଥାନରେ ଚଢ଼ାଉ ଆରମ୍ଭ କରିଛି ବାଲିଗୁଡ଼ା ପୋଲିସ୍। ସାଧାରଣ ସୁରକ୍ଷା, ବିଶେଷକରି ମହିଳା ଏବଂ ଶିଶୁଙ୍କ ପାଇଁ ପୋଲିସ୍ ପକ୍ଷରୁ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଏଭଳି ଯେକୌଣସି କାର୍ଯ୍ୟକଳାପ ବିଷୟରେ ପୋଲିସକୁ ଜଣାଇବାକୁ ପୋଲିସ୍ ପକ୍ଷରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି ।