ଜିଲ୍ଲାଭିତ୍ତିକ ନିଯୁକ୍ତି ଦାବିରେ ବନ୍ଦ ପାଳନ

ନନ୍ଦାହାଣ୍ଡି: ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବିରେ ଅବିଭକ୍ତ କୋରାପୁଟ ଜିଲ୍ଲାର ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା ଓ କୋରାପୁଟ ଜିଲ୍ଲାରେ ଆଜି ଶୁକ୍ରବାର ୧୨ ଘଣ୍ଟିଆ ବନ୍ଦ ଡାକରା ପାଳନ କରାଯାଇଛି । ବିଶେଷ କରି ସି. ଓ. ବି. ଗ୍ରୁପରେ ସରକାର ଯେଉଁ ନିଯୁକ୍ତି କରିଛନ୍ତି ସେଥିରେ ସ୍ଥାନୀୟ ଜିଲ୍ଲାର ପିଲାମାନଙ୍କୁ ନିଯୁକ୍ତି କରାନଯାଇ ବାହାର ଜିଲ୍ଲା ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯାଉଥିବା କାରଣରୁ ସ୍ଥାନୀୟ ଶିକ୍ଷିତ ପିଲାମାନେ ଉପେକ୍ଷିତ ହେଉଥିବା ଅଭିଯୋଗ ହୋଇଛି । ତେଣୁ ସରକାର ସେହି ନିୟମ ପ୍ରତ୍ୟାହାର କରି ଜିଲ୍ଲାଭିତ୍ତିକ ନିଯୁକ୍ତି ନିମନ୍ତେ ନିୟମ ପ୍ରଣୟନ କରି ଜିଲ୍ଲାର ପ୍ରାର୍ଥୀମାନଙ୍କୁ ସି. ଓ. ବି. ଗ୍ରୁପରେ ନିଯୁକ୍ତି କରିବା ଦାବିରେ ବନ୍ଦ ପାଳନ ହୋଇଛି । ନନ୍ଦାହାଣ୍ଡି ବ୍ଳକ ର ସମସ୍ତ ଅଫିସ ବନ୍ଦ, ଦୋକାନ ବଜାର, ବନ୍ଦ ରହିଥିଲା ସେହିପରି ଡଙ୍ଗରଭେଜା ,ସରୁଗୁଡାରେ ବି ସମସ୍ତ ଦୋକାନ ବଜାର, ସରକାର ଅଫିସ, ବ୍ୟାଙ୍କ, ବିଦ୍ୟାଳୟ ଗୁଡ଼ାକ ବନ୍ଦ ରହିଥିଲା । ଡଙ୍ଗରଭେଜା ର ବଟଗଛ ଛକ ମୁଖ୍ୟ ରାସ୍ତା ଉପରେ ବନ୍ଦ କରୁଥିବା କର୍ମୀ ବସିକି ବନ୍ଦ ପାଳନ କରିଥିଲେ। ବନ୍ଦ ଡାକରା ର ପ୍ରଭାଵ ରହିଥିଲା।
ଆଜି ସକାଳ ୬ ଟାରୁ ବ୍ଲକ ସଦର ଡଙ୍ଗରଭେଜା ଛକରେ ବିଜେଡି ଓ କଂଗ୍ରେସ କର୍ମୀମାନେ ମିଳିତ ଭାବେ ରାସ୍ତାକୁ ଅବରୋଧ କରିଥିଲେ । ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ବସ୍ ଟ୍ରକ୍ ସହିତ ଯାନବାହାନ ଅଟକି ରହିଛି । ସେହିପରି ଦୋକାନ ବଜାର ମଧ୍ୟ ବନ୍ଦ ରହିଛି । ମିଳିତ କ୍ରିୟାନୁଷ୍ଠାନ କମିଟିର କର୍ମକର୍ତ୍ତା ମାନଙ୍କ ସହିତ ସ୍ଥାନୀୟ ଯୁବକ,କଲେଜ ପଡୁଥିବା ଛାତ୍ରଛାତ୍ରୀ ମାନେ ଏଥିରେ ସାମିଲ ହୋଇଥିଲେ । ଶାନ୍ତି ଶୃଙ୍ଖଳା ପାଇଁ ଡଙ୍ଗରଭେଜା ଫାଣ୍ଡି ଅଧିକାରୀଙ୍କ ସହ ପୁଲିସ ନିୟୋଜିତ ରହିଥିଲେ ।ଆଜିର ଏହି ବନ୍ଦ ଡ଼ାକରାରେ ଜିଲ୍ଲା ପରିଷଦ ସଦସ୍ୟ ଅରୁଣ କୁମାର ମିଶ୍ର (ପିଣ୍ଟୁ),ବିଜେଡି କର୍ମୀ ମାନଙ୍କ ସହ ସାମିଲ ହୋଇଥିଲେ ଏବଂ କଂଗ୍ରେସର ବ୍ଲକ୍ ସଭାପତି ବୃନ୍ଦାବନ ତ୍ରିପାଠୀ ଙ୍କ ସହ ଅନେକ ସ୍ଥାନୀୟ କର୍ମି ରହିଥିଲେ।

Comments (0)
Add Comment