ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଯୁଗଳ କିଶୋର ସାମଲ ଟିମ୍ ଇଣ୍ଡିଆ ମ୍ୟାନେଜର

କଟକ: ଆସନ୍ତା ୱେଷ୍ଟଇଣ୍ଡିଜ୍ ବିପକ୍ଷ ୨ମ୍ୟାଚ୍ ବିଶିଷ୍ଟ ଘରୋଇ ଟେଷ୍ଟ ସିରିଜ ପାଇଁ ଯୁଗଳ କିଶୋର ସାମଲ ଭାରତୀୟ ଦଳର ମ୍ୟାନେଜର ନିଯୁକ୍ତ ହୋଇଛନ୍ତି । ପ୍ରଥମ ଟେଷ୍ଟ ଆସନ୍ତା ଅକ୍ଟୋବର ୨ରୁ ୬ତାରିଖ ମଧ୍ୟରେ ଅହମ୍ମଦାବାଦରେ ଏବଂ ଦ୍ଵିତୀୟ ଟେଷ୍ଟ ଅକ୍ଟୋବର ୧୦ରୁ ୧୪ତାରିଖ ପର୍ଯ୍ୟନ୍ତ ଦିଲ୍ଲୀରେ ଖେଳାଯିବ । ଏଥିରେ ମ୍ୟାନେଜର ଭଳି ଗୁରୁତ୍ଵପୂର୍ଣ୍ଣ ଭୂମିକା ତୁଲାଇବେ ଶ୍ରୀ ସାମଲ । ପୂର୍ବରୁ ସେ ଓଡ଼ିଶା ରଣଜୀ ଦଳର ମ୍ୟାନେଜର ରହିବା ସହ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚରେ ବିସିସିଆଇ ପର୍ଯ୍ୟବେକ୍ଷକ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ଶ୍ରୀ ସାମଲଙ୍କ ଏହି ସଫଳତା ପାଇଁ ଓଡ଼ିଶା କ୍ରିକେଟ ଆସୋସିଏସନ୍‌ର ସଭାପତି ପଙ୍କଜଲୋଚନ ମହାନ୍ତି, ସମ୍ପାଦକ ସଞ୍ଜୟ ବେହେରାଙ୍କ ସମେତ ଅନ୍ୟ କାର୍ଯ୍ୟକର୍ତ୍ତା ମାନେ ଶୁଭେଚ୍ଛା ଜଣାଇଛନ୍ତି। ସେହିପରି ଦୈନିକ ହୀରାଞ୍ଚଳ ପରିବାରର ସଦସ୍ୟମାନେ ମଧ୍ୟ ଶ୍ରୀ ସାମଲଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Comments (0)
Add Comment