ଗଣିଆରେ ଭିମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ପାଇଁ ପ୍ରସ୍ତୁତି ବୈଠକ

ଗଣିଆ : ଆଜି ଗଣିଆ ବ୍ଳକ ସଭା ଗୃହରେ ଭିମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବ୍ଳକ ଅଧ୍ୟକ୍ଷା ଝୁନା ଜେନା, ବିଡ଼ିଓ ଡ଼ା ବେବିତା ମଞ୍ଜରୀ ନାୟକ, ସାମାଜିକ ସୁରକ୍ଷା ଅଧିକାରୀ ପ୍ରଣୟ କୁମାର ନାୟକ, ବ୍ଳକର ବିଭିନ୍ନ ପଞ୍ଚାୟତର ସମସ୍ତ ଲୋକପ୍ରତିନିଧିଙ୍କ ସମେତ ଶିକ୍ଷା, ସ୍ୱାସ୍ଥ୍ୟ ଦମକଳ ବିଭାଗର ପଦାଧିକାରୀ ଉପସ୍ଥିତ ଥିଲେ । ଗଣିଆ କିଶୋର ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଏହି ଶିବିର ଆସନ୍ତା ୨୧ ତାରିଖରେ ଅନୁଷ୍ଠିତ ହେବା ପାଇଁ ସ୍ଥିର କରାଯାଇଥିଲା । ଏହି ଶିବିରକୁ ସୂଚାରୁରୂପେ ପରିଚାଳନା କରିବାକୁ ସମସ୍ତେ ଚେଷ୍ଟା କରିବାକୁ ସାମାଜିକ ସୁରକ୍ଷା ଅଧିକାରୀ ନିବେଦନ କରିଥିଲେ । ଚଳିତ ବର୍ଷ ୨୩୮ ଜଣ ନୂତନ ଭିନ୍ନକ୍ଷମ ସାର୍ଟିଫିକେଟ ପାଇଁ ଆବେଦନ କରିଥିବା ଜଣାପଡିଛି । ଯେଉଁ ମାନେ ପୁରୁଣା ହାତଲେଖା ସାର୍ଟିଫିକେଟ ପାଇଛନ୍ତି ସେମାନେ ସେଗୁଡ଼ିକ ବଦଳାଇ ଶିବିର ଦିନ ନୂତନ ସାର୍ଟିଫିକେଟ ପାଇଁ ଆବେଦନ କରିବାକୁ ସାମାଜିକ ସୁରକ୍ଷା ଅଧିକାରୀ ନିବେଦନ କରିଥିଲେ । ଯଦି ଯେଉଁ ମାନେ ଆବେଦନ କରିନାହାନ୍ତି ତେବେ ସେମାନେ ବ୍ଳକ କାର୍ଯ୍ୟାଳୟରେ ୨୦ ତାରିଖ ପୂର୍ବରୁ ଆବେଦନ କରିବାକୁ ସଭାରେ ସୂଚନା ପ୍ରଦାନ କରାଯାଇଥିଲା ।

Comments (0)
Add Comment